ମମତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଆସିଲେନି ସାଂସଦ,ବିଧାୟକ

28

କଲକୋତା: ଦଳୀୟ ରଣନୀତି ଏବଂ ସଂଗଠନକୁ ନେଇ ମମତା ବାନର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବଡ଼ ବଡ଼ ନେତା ଓ ଜନପ୍ରତିନିଧିମାନେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ହାଇପ୍ରୋଫାଇଲ୍ ମିଟିଂରେ ଯୋଗ ଦେବା ପାଇଁ ମାତ୍ର ୬ ଜଣ ସାଂସଦ ଏବଂ ୮ ଜଣ ବିଧାୟକ ପହଞ୍ଚିଥିଲେ। ସାଧାରଣତଃ ମମତା ବାନର୍ଜୀଙ୍କ ବୈଠକରେ ନେତାମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳେ। ମାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ଆଶାଠାରୁ ବହୁତ କମ୍ ସଂଖ୍ୟକ ନେତା ଉପସ୍ଥିତ ରହିବା ରାଜନୈତିକ ମହଲକୁ ଚକିତ କରିଛି। କେଉଁ କାରଣ ପାଇଁ ବାକି ସାଂସଦ ଏବଂ ବିଧାୟକମାନେ ଏହି ବୈଠକରୁ ଦୂରେଇ ରହିଲେ, ତାହାକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ରାଜନୈତିକ ସମୀକ୍ଷକଙ୍କ ଅନୁମାନ ଅନୁଯାୟୀ, ଦଳ ମଧ୍ୟରେ କୌଣସି ଆନ୍ତରିକ ମତଭେଦ କିମ୍ବା ନେତାମାନଙ୍କ ମଧ୍ୟରେ ଅସନ୍ତୋଷ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ। ବିଶେଷ କରି ସାଂସଦ ଏବଂ ବିଧାୟକମାନଙ୍କର ଏତେ ବଡ଼ ସଂଖ୍ୟାରେ ଅନୁପସ୍ଥିତି ମମତା ବାନର୍ଜୀଙ୍କ ନେତୃତ୍ୱ ଏବଂ ଦଳୀୟ ସମନ୍ୱୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.