ମଧୁମେହ କୁ ଦୂର କରି ଏକ ସୁସ୍ଥ ଜୀବନଯାପନ ପାଇଁ କରନ୍ତୁ ଏହି ଯୋଗାସନ

71

ଯୋଗ ହେଉଛି ଏକ ଅଭ୍ୟାସ ଯାହା ୫୦୦୦ ବର୍ଷ ପୁରୁଣା I ଏହି ଯୋଗାଭ୍ୟାସ ଦ୍ୱାରା ଦୀର୍ଘ ବର୍ଷରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ରହିବାକୁ,ମାନସିକ ଶାନ୍ତି ବଜାୟ ରଖିବାକୁ , ସନ୍ତୁଳନ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ I ଯୋଗIସନ, ପ୍ରାଣାୟାମ, ଧ୍ୟାନ ଇତ୍ୟାଦି ମାଧ୍ୟମରେ ଯୋଗର ମୂଳ ଲକ୍ଷ୍ୟ ହେଉଛି ମନ, ଶରୀର ଏବଂ ପ୍ରାଣର ସମନ୍ୱୟ (ଏକତା) ଆଣିବା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା I ଆଜିକାଲି ସମାଜ ରେ ଅନିୟମିତ ଜୀବନଶୈଳୀରୁ ଆମକୁ ବିଭିନ୍ନ ପ୍ରକାର ରୋଗ ମାଡି ବସୁଛି I ଏଠି ମଧ୍ୟରୁ ସବୁଠାରୁ ମାରାତ୍ମକ ହେଉଛି ମଧୁମେହ ଲକ୍ଷଣ I କୁହାଯାଏ ମଧୁମେହ ୩ ଭଉଣୀଙ୍କର ସମାହାର I ମଧୁମେହ ର ଆଉ ଦୁଇ ଭଉଣୀ ହେଲେ ଉଚ୍ଚ ରକ୍ତ ଚାପ ଓ ହୃଦଘାତ I ତେବେ ଆମେ ଯଦି ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିପାରିବା,ଅନ୍ୟ ଦୁଇ ରୋଗ ହଠାତ ଆକ୍ରଣ କରି ପାରିବେ ନାହିଁ I ଆଜିକାଲି ଲୋକମାନେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ହେଲେଣି I ଔଷଧ ଶାରୀରିକ ବ୍ୟାୟାମ ଓ ଯୋଗ ପ୍ରଣାୟମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି I ସେହିପରି ମଧୁମେହ ପାଇଁ ମଧ୍ୟ କରାଯାଉଥିବା ଯୋଗାସନ କେବଳ ଶରୀରରୁ ରକ୍ତ ଶର୍କରା କୁ ଦୂର କରି ନ ଥାଏ ,ଏହା ଇନସୁଲିନ୍ ର ପର୍ଯ୍ୟାପ୍ତ ଉତ୍ପାଦନରେ ମଧ୍ୟ ଏହା ସହାୟକ ହୋଇଥାଏ I

ଆଟମାଣ୍ଟନ୍ ୱେଲନେସ୍ ସେଣ୍ଟର (Atmantan Wellness Centre) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଗ୍ଲୁକୋଜ୍ ସ୍ତର ର ସୁଧାର , ଇନସୁଲିନ୍ ସମ୍ବେଦନଶୀଳତା, ରକ୍ତରେ ଶର୍କରା ହ୍ରାସ କରିବା ଏବଂ ମଧୁମେହ ସହିତ ଜଡିତ ବିପଦକୁ ହ୍ରାସ କରିବାରେ ଯୋଗର ନିୟମିତ ଅଭ୍ୟାସ ଲାଭଦାୟକ ଅଟେ I ଏଠାରେ କିଛି ଯୋଗIସନ ଅଛି, ଯଦି ଏହାକୁ ପ୍ରତିଦିନ ଅଭ୍ୟାସ କରାଯାଏ, ମଧୁମେହ ଠାରୁ ଦୁରେଇ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବ :

-କପାଳଭାତି ପ୍ରାଣାୟାମ

  • ଅନୁଲୋମ -ବିଲୋମ୍ ପ୍ରାଣାୟାମ
    -ଧନୁରାସନ
    -ପବନମୁକ୍ତାସନ
    -ବଜ୍ରାସନ

କପାଳଭାତି ପ୍ରାଣାୟାମ :

ଏହି ପ୍ରାଣାୟାମ ସମସ୍ତ ପ୍ରାଣାୟାମ ଠାରୁ ଅଧିକ ପ୍ରଭାବଶାଳୀ I ପ୍ରାଣାୟାମ ସଂସ୍କୃତ ଶବ୍ଦ ପ୍ରାଣ ବା ଜୀବନ ଶକ୍ତିରୁ ଉତ୍ପନ୍ନ I ଆଃ+ୟମ ମନକୁ ଆୟତ୍ତ ରେ ରଖିବା I ଏହି ପ୍ରାଣାୟାମ ରେ ମନ ଏବଂ ନିୟନ୍ତ୍ରିତ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦିଆଯାଇଥାଏ , ଯାହା ମନ ଏବଂ ଶରୀରକୁ ଆରାମ କରିବାରେ ସାହାଯ୍ୟ କରିଥାଏ I କପାଳଭାତି ଅଭ୍ୟାସ କରିବା ପାଇଁ, ଖଟ ଉପରେ କିମ୍ବା ତଳେ ଆସନ ପକାଇ ପଦ୍ମIସନ,ବଜ୍ରାସନ ବା ସୁଖIସନ ରେ ବସନ୍ତୁ I ଏହାପରେ ଗଭୀର ନିଶ୍ୱାସ ନିଅନ୍ତୁ I ନିଶ୍ୱାସ ନେବା ସମୟରେ ପେଟର ମାଂସପେଶୀକୁ ଭିତର ଆଡକୁ ଟାଣନ୍ତୁ ଏବଂ ନାକ ଦେଇ ଧୀରେ ଧୀରେ ୨୦ -୩୦ ଷ୍ଟ୍ରୋକରେ ନିଶ୍ୱାସ ଛାଡ଼ନ୍ତୁ I ଏହା ମାନସିକ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ I ଏହି ପ୍ରାଣାୟାମ ମନକୁ ସଫା କରିଥାଏ, ଶରୀରକୁ ଡିଟକ୍ସ କରି ଅନାବଶ୍ୟକ ଚର୍ବି ହଟାଇ ଏବଂ ମେଟାବୋଲିଜିମ୍ କୁ ବଢ଼ାଇଥାଏ I ଏହି ପ୍ରାଣାୟାମ ରେ ସମସ୍ତ ପ୍ରକାର ପେଟ ରୋଗ (ଗ୍ୟାସ,ଏସିଡ଼ିଟି,ବଦହଜମି ) କୁ ସମୂଳେ ଦୂର କରିଥାଏ I

ଅନୁଲୋମ :

ବିଲୋମ୍ ପ୍ରାଣାୟାମ : ତଳେ ଆସନ ଦେଇ ଆପଣଙ୍କ ସୁବିଧା ଅନୁସାରେ ଯେକୌଣସି ଏକ ଆସନ ରେ ବସନ୍ତୁ ମନକୁ ସ୍ଥିର କରି ଆପଣ ପ୍ରଥମେ ବାମ ନାକରେ ଶ୍ୱାସ ନିଅନ୍ତୁ I ଏହି ସମୟରେ, ଆପଣ ଡାହାଣ ହାତର ଅନାମିକା ଆଙ୍ଗୁଠି ସାହାଯ୍ୟରେ ବାମ ନାକ କୁ ବନ୍ଦ କରି ଡାହାଣ ନାକରେ ନିଶ୍ୱାସ ଛାଡ଼ନ୍ତୁ I ପାଞ୍ଚ ସେକେଣ୍ଡ ପାଇଁ ଏଇଭଳି ଗଭୀର ପ୍ରଶ୍ୱାସ ଛାଡ଼ନ୍ତୁ I ବର୍ତ୍ତମାନ ଡାହାଣ ନାକରେ ପୁଣି ଗଭୀର ନିଶ୍ୱାସ ନେଇ ଆପଣଙ୍କ ଡାହାଣ ହାତର ବୁଢା଼ ଆଙ୍ଗୁଳି ସାହାଯ୍ୟରେ ଡାହାଣ ନାକକୁ ବନ୍ଦ କରି ବାମ ନାକରେ ଜୋରରେ ନିଶ୍ୱାସ ଛାଡ଼ନ୍ତୁ I ଏହା ହେଉଛି ଗୋଟିଏ ରାଉଣ୍ଡ I ପୁଣି ସେହିଭଳି ବାମ ନାକରୁ ଆରମ୍ଭ କରି ଡାହାଣ ନାକରେ ସାରନ୍ତୁ I ଏହି ପ୍ରାଣାୟାମ ଟି ଅଧିକ କଷ୍ଟକର ନୁହେଁ ଆପଣ ଅଭ୍ୟାସ କରିବା ପରେ ଏହାକୁ ସହଜରେ ଶିଖିଯିବେ I ଅନୁଲୋମ -ବିଲୋମ୍ ପ୍ରାଣାୟାମ ମନରୁ ସମସ୍ତ ବୋଝ ହଟାଇଥାଏ I, ଶରୀରରୁ ଚାପ ମୁକ୍ତ କରିଥାଏ ଏବଂ ହରମୋନ୍ ସନ୍ତୁଳନ କରିଥାଏ I ଏହା ଫୁସଫୁସ ଅଧିକ ଦିନ ସୁସ୍ଥ ରଖିବା ସହିତ ଶରୀରରୁ ଶର୍କରା ସ୍ତରକୁ ନିୟନ୍ତ୍ରଣ କରି ମଧୁମେହ ରୋଗୀଙ୍କ ଜୀବନଶୈଳୀ କୁ ଉନ୍ନତ କରିଥାଏ I ଶରୀରରେ ଅକ୍ସିଡେଟିଭ୍ କ୍ଷତି ହ୍ରାସ କରିବାରେ ଅନୁଲୋମ -ବିଲୋମ୍ ପ୍ରାଣାୟାମ ସାହାଯ୍ୟ କରେ I

ଧନୁରାସନ :

ଭୂମିରେ ପେଟ ଭରା ଦେଇ ଶୋଇ ରୁହନ୍ତୁ I ଧୀରେ ଧୀରେ ପଛ ପଟୁ ଗୋଡ଼ ଉଠାନ୍ତୁ ଏବଂ ହାତକୁ ପିଠି ପାରୁ ନେଇ ଦୁଇ ଗୋଡ଼ ର ପାଦ କୁ ଧରନ୍ତୁ I ଧୀରେ ଧୀରେ ମୁଣ୍ଡକୁ ଉପରକୁ ଉଠାନ୍ତୁ I ଏହି ସମୟରେ, ଶରୀର ଭୂମି ଉପରେ ବିଶ୍ରାମ ନେଉଥିବାବେଳେ ଜଙ୍ଘ ରୁ ଦୁଇଗୋଡ଼ ବଙ୍କା ହୋଇ ଏବଂ ବେକ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଉପରକୁ ଉଠାଇ ଧନୁ ଆକାରରେ କରନ୍ତୁ I ଏହି ଆସନ ସମଗ୍ର ଶରୀରକୁ ସ୍ଟ୍ରେଚ କରିବାରେ ସାହାଯ୍ୟ କରେ I ଏହା ସହିତ ଏହା ଅଗ୍ନାଶୟ ଏବଂ ପେଟରେ କାମ କରି ହରମୋନ୍ କୁ ମଧ୍ୟ ସନ୍ତୁଳିତ କରିଥାଏ I ଏହା ଗ୍ରନ୍ଥିଗୁଡ଼ିକୁ ଇନସୁଲିନ୍ ଉତ୍ପାଦନ କରିବାକୁ ସାହାଯ୍ୟ କରିଥାଏ ଏବଂ ଖରାପ କୋଲେଷ୍ଟ୍ରୋଲ କୁ ଜଳିବାରେ ମଧ୍ୟ ସାହାଯ୍ୟ କରିଥାଏ I ଏହି ଆସନ ମହିଳା ମାନଙ୍କର ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏବଂ ପ୍ରଜନନ କ୍ଷମତାକୁ ମଧ୍ୟ ବଢ଼ାଇଥାଏ I

ପବନମୁକ୍ତାସନ :

ଏହି ଆସନ କରିବା ସମୟରେ ଆପଣ ପିଠି ଉପରେ ଶୋଇବା ପରେ ଏବଂ ଦୁଇ ଗୋଡକୁ ୯୦ ଡିଗ୍ରୀରେ ଉପରକୁ ଉଠାନ୍ତୁ I ଏହାପରେ ଧୀରେ ଧୀରେ ନିଶ୍ବାସ ନେବାବେଳେ, ଦୁଇ ଆଣ୍ଠୁକୁ ବଙ୍କା କରନ୍ତୁ ଏବଂ ନିଜ ଛାତି ଉପରକୁ ଆଣନ୍ତୁ I ଏବେ ଆଣ୍ଠୁ ସହିତ ମୁଣ୍ଡକୁ ଛୁଇଁବାକୁ ଚେଷ୍ଟା କରନ୍ତୁ I ହାତକୁ ନେଇ ଦୁଇ ଆଣ୍ଠୁକୁ ଜୋରରେ ଧରନ୍ତୁ I ଏହି ସମୟରେ ଆପଣଙ୍କର ମେରୁଦଣ୍ଡ ସଂପୂର୍ଣ୍ଣ ବିସ୍ତାର ହେବା ଉଚିତ୍ I ଏହି ଅବସ୍ଥାରେ ପାଞ୍ଚରୁ ଛଅ ଥର ଗଭୀର ନିଶ୍ୱାସ ନିଅନ୍ତୁ I ତା’ପରେ ଶବାସନ କୁ ଆସନ୍ତୁ I ପୁଣି କିଛି ସମୟ ବ୍ୟବଧାନ ରେ ଏହା ପରେ ଏହି ଆସାନା ପୁନରାବୃତ୍ତି କରନ୍ତୁ | ମଧୁମେହ ପାଇଁ ପବନମୁକ୍ତାସନ ଏକ ଉତ୍ତମ ଯୋଗ ସ୍ଥିତି ଏହା ପେଟର ସମସ୍ତ ଅଙ୍ଗଗୁଡ଼ିକୁ ପ୍ରସାରିତ କରେ, ମସାଜ୍ କରେ ଏବଂ କାମ କରିବା ପାଇଁ ଶକ୍ତି ଯୋଗାଏ I ଏହାକୁ ପବନ ବିମୋଚନ ମୁଦ୍ରI ମଧ୍ୟ କୁହାଯାଏ I କାରଣ ଏହା ହଜମ କ୍ରିୟା କୁ ଉନ୍ନତ ରଖି ଗ୍ୟାସ ବାହାର କରିବାରେ ସାହାଯ୍ୟ କରିଥାଏ I ଏହି ଆସନ ଅଗ୍ନାଶୟକୁ ଇନସୁଲିନ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ I
ବଜ୍ରାସନ :

ଆଂଠେଇବା ଭଳି ଦୁଇ ଗୋଡ଼ କୁ ମୋଡି ବସନ୍ତୁ I ଆଣ୍ଠୁକୁ ପରସ୍ପର ପାଖରେ ରଖନ୍ତୁ ଓ ଗୋଇଠି ଉପରେ ବସନ୍ତୁ ଏହି ସମୟରେ ମେରୁଦଣ୍ଡକୁ ସିଧା ଏବଂ ଜଙ୍ଘ ଉପରେ ହାତ ରଖନ୍ତୁ I କାନ୍ଧକୁ ଆରାମ ଦିଅନ୍ତୁ I କିଛି ସମୟ ପାଇଁ ଆଖି ବନ୍ଦ କରି ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ନେବାବେଳେ ଧୀରେ ଧୀରେ ତଳ ପେଟ, ଗୋଡ ଏବଂ ଜଙ୍ଘରେ ବିସ୍ତାର ଅନୁଭବ କରନ୍ତୁ I ବଜ୍ରାସନ ଏକ ଆରାମଦାୟକ ଯୋଗ ସ୍ଥିତି ଯାହା ଶରୀରରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ଏହା ସହିତ ଏହି ଆସନ ହଜମ ପ୍ରକ୍ରିୟାକୁ ସୁସ୍ଥ କରିଥାଏ, ଏହା ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ I ଏହି ପୁରା ଆସନଟି ସାମଗ୍ରିକ ସ୍ୱାସ୍ଥ୍ୟ ର ବିକାଶ ପାଇଁ ସର୍ବୋତ୍ତମ ଆସନ I

ଏହି ଆସନଟିକୁ ମଧୁମେହ ରୋଗୀଙ୍କ ପାଇଁ, ୩୦ ମିନିଟ୍ ପାଇଁ ଯୋଗ ଅଭ୍ୟାସ କରିବା ଦ୍ୱାରା ରକ୍ତ ରେ ଶର୍କରା ସ୍ତର ସନ୍ତୁଳିତ ହୋଇଥାଏ I ଏହାଦ୍ୱାରା ମାନସିକ ଚାପ ହ୍ରାସ ହୁଏ I ମଧୁମେହର ଚିକିତ୍ସା ପ୍ରଣାଳୀରେ ମଧ୍ୟ ଏହି ଆସନ ଅତ୍ୟନ୍ତ ଲାଭ ଦାୟକ ହୋଇ ମଧୁମେହ ରୋଗୀଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରେ I

Comments are closed, but trackbacks and pingbacks are open.