ବର୍ଷ ର ପ୍ରଥମ ପର୍ବ ମକର ସଂକ୍ରାନ୍ତି
ଇଂରାଜୀ ନବ ବର୍ଷ ଆରମ୍ଭରେ ପ୍ରଥମ ପର୍ବ ମକର ସଂକ୍ରାନ୍ତି ପଡିଥାଏ I ଏହାକୁ ମାଘ ସଂକ୍ରାନ୍ତି ମଧ୍ୟ କୁହାଯାଏ I ମକର ସଂକ୍ରାନ୍ତି ର ସ୍ୱାମୀ ସୂର୍ଯ୍ୟ ହୋଇଥାନ୍ତି I ଏହି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି I ତେଣୁ ମକର ଦିନ ସୂର୍ଯ୍ୟଦେବ ଙ୍କୁ ଦୁଇ ଥର ଅର୍ଘ୍ୟ ଦିଆ ଯାଇଥାଏ I ସୂର୍ଯ୍ୟଦୋୟ ଓ ସୂର୍ଯ୍ୟାସ୍ତ ସମୟରେ ଅର୍ଘ୍ୟ ପ୍ରଦାନ କଲେ ପିତୃ ଲୋକ ଶାନ୍ତ ହୋଇଥାନ୍ତି I ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଂକୁ ଉପାସନା କଲେ ବିଶେଷ ଲାଭ ମିଳିଥାଏ I
ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ଜାନୁୟାରୀ ୧୪ ରେ ପ୍ରତିବର୍ଷ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ I ତେବେ ତିଥି ଗଣନା ଅନୁଯାୟୀ କେବେ କେବେ ଏହି ସଂକ୍ରାନ୍ତି ଜାନୁୟାରୀ ୧୩ କିମ୍ବା ୧୫ ତାରିଖରେ ମଧ୍ୟ ପଡିଥାଏ I ସେହିପରି ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୫ ତାରିଖରେ ପଡୁଛି I ୧୫ ଜାନୁୟାରୀ ସକାଳ ୭ ଟାରୁ ୧୫ ମିନିଟ୍ରୁ ଆରମ୍ଭ ହୋଇ ସନ୍ଧ୍ୟା ୫. ୪୬ ପର୍ଯ୍ୟନ୍ତ ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ ରହୁଛି I ମକର ସଂକ୍ରାନ୍ତି ର ମହାପୂଣ୍ୟକାଳ ସକାଳ ୭ ତା ୧୪ ରୁ ସକାଳ ୮.୫୯ ମିନିଟ ପର୍ଯ୍ୟନ୍ତ ରହୁଛି I
Comments are closed, but trackbacks and pingbacks are open.