ଭାରତରେ କେଉଁଠି କେମିତି ପାଳନ କରାଯାଏ ମକର ସଂକ୍ରାନ୍ତି

47

ପ୍ରତିବର୍ଷ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହେଲେ ମକର ସଂକ୍ରାନ୍ତି ପାଳନ କରାଯାଏ I ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ଏବଂ ଏକ ମାସ ପର୍ଯ୍ୟନ୍ତ ଏହି ରାଶିରେ ରୁହନ୍ତି I ତେଣୁ ମକର ସଂକ୍ରାନ୍ତିରେ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ I ତେଣୁ ସାରା ଭାରତରେ ମକର ସଂକ୍ରାନ୍ତି ଦିନ ସୁଜ୍ଞଙ୍କୁ ପୂଜା କରିବାର ବିଶେଷ ବିଧି ବିଧାନ ରହିଛି I ଦେଶରେ ମକର ସଂକ୍ରାନ୍ତି କୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ I ଉତ୍ତର ଭାରତରେ ମକର ସଂକ୍ରାନ୍ତିକୁ ଏବଂ ଲୋହରୀ କୁହା ଯାଉଥିବା ବେଳେ ,ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ କୁହାଯାଏ I ଦକ୍ଷିଣ ଭାରତରେ ଏଥର ୧୫ ଜାନୁଆରୀ ୨୦୨୩ ରେ ପୋଙ୍ଗଲର ପର୍ବ ପାଳନ କରାଯିବ I ଓଡିଶା ଭଳି ଦକ୍ଷିଣ ଭାରତରେ ମଧ୍ୟ ପୋଙ୍ଗଲ ଏକ କୃଷି ଭିତ୍ତିକ ପର୍ବ I ଦକ୍ଷିଣ ଭାରତରେ ଏହି ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ବିଶେଷ ଉପାସନା କରାଯାଏ। ଏଠାରେ ବିଶ୍ୱାସ ଏବଂ ସମୃଦ୍ଧିର ପ୍ରତୀକ ପୋଙ୍ଗଲର ପର୍ବ ଚାରି ଦିନ ଧରି ପାଳନ କରାଯାଏ I ପୋଙ୍ଗଲର ପ୍ରତ୍ୟେକ ଦିନର ଭିନ୍ନ ନାମ ଅଛି I ପ୍ରଥମ ଦିନରେ ଭୋଗି ପୋଙ୍ଗଲ, ଦ୍ୱିତୀୟ ଦିନରେ ସୂର୍ଯ୍ୟ ପୋଙ୍ଗଲ, ତୃତୀୟ ଦିନରେ ମତ୍ତୁ ପୋଙ୍ଗଲ ଏବଂ ଚତୁର୍ଥ ଦିନରେ କାନୁମ ପୋଙ୍ଗଲ କୁହନ୍ତି। ଭୋଗୀ ପୋଙ୍ଗଲରୁ ପୋଙ୍ଗଲ ଆରମ୍ଭ ହୁଏ | ଆସନ୍ତୁ ଜାଣିବା ଭୋଗୀ ପୋଙ୍ଗଲର ମହତ୍ତ୍ୱ କ’ଣ ଏବଂ ଏହି ଦିନ କ’ଣ କରାଯାଏ I

ଭୋଗୀ ପଙ୍ଗଲ
ଭଗବାନ ଇନ୍ଦ୍ରଦେବଙ୍କୁ ଉତ୍ସର୍ଗୀକୃତ ଭୋଗୀ ପୋଙ୍ଗଲରୁ ପୋଙ୍ଗଲ ପର୍ବ ଆରମ୍ଭ ହୁଏ | ଭୋଗୀ ପୋଙ୍ଗଲକୁ ଇନ୍ଦ୍ରନ ମଧ୍ୟ କୁହାଯାଏ I ଏଥିରେ ଇନ୍ଦ୍ର ଙ୍କୁ ପୂଜା କରାଯାଏ I କାରଣ ଏହି ଦିନ ଲୋକମାନେ ଭଲ ଫସଲ ଅମଳ ପାଇଁ ବର୍ଷା ଦେବତା ଇନ୍ଦ୍ରଙ୍କୁ ଧନ୍ୟବାଦ ଅର୍ପଣ କରନ୍ତି I କୁହାଯାଏ ଇନ୍ଦ୍ରଙ୍କ ଉପାସନା କଲେ ବ୍ୟକ୍ତି ସୁଖ, ସମୃଦ୍ଧି ଭୋଗ କରିଥାଏ। ଭୋଗୀ ପୋଙ୍ଗଲ ଅନୁସାରେ ଏହି ଦିନ ତାମିଲର ନୂଆ ବର୍ଷ ଆରମ୍ଭ ହୁଏ I

ଭୋଗୀ ପୋଙ୍ଗଲରେ ଲୋକମାନେ ସକାଳୁ ଉଠି ଗାଧୋଇବା ପରେ ଭଗବାନ ଇନ୍ଦ୍ରଦେବଙ୍କୁ ବିଶେଷ ପ୍ରାର୍ଥନା କରନ୍ତି I ଏହି ଦିନ ଲୋକମାନେ ନିଜ ଘର ସଫା କରନ୍ତି ଏବଂ ପୁରୁଣା ଏବଂ ଅଦରକାରୀ ଜିନିଷକୁ ଘରୁ ବାହାର କରିଦିଅନ୍ତି I ଏହା ପରେ ଘରେ ଘରେ ଚାଉଳ ବାଟି ଚିତା ପକାଯାଇଥାଏ I ଏହାପରେ ଘରର ପ୍ରାଙ୍ଗଣ ଏବଂ ମୁଖ୍ୟ ଫାଟକରେ କୋଲାମ (କଦଳୀ ଗଛରେ ଏକ ତୋରଣ )ତିଆରି କରାଯାଇ ସେହି ସ୍ଥାନରେ ପୋଙ୍ଗଲ ପ୍ରସ୍ତୁତ କରାଯାଏ I ଭୋଗି ପୋଙ୍ଗଲ ସନ୍ଧ୍ୟାରେ ଲୋକମାନେ ଏକାଠି ହୋଇ ଭୋଗି ‘କୋଟାମ’ ବଜାଇ ଲୋକ ଗୀତ ଗାଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ମିଠା ଖାଇଥାନ୍ତି I

ଲୋହରୀ

ସେହିପରି ‘ଲୋହରୀ’ ମଧ୍ୟ ଏକ କୃଷି ଭିତ୍ତିକ ପର୍ବ I ଏହା ମୁଖ୍ୟତଃ ପଞ୍ଜାବ ଓ ହରିଆନା ର ଏକ ପର୍ବ Iଏହା କୃଷକ ମାନଙ୍କର ସଫଳତାର ଆନନ୍ଦ ପ୍ରକାଶ କରିବାକୁ ପାଳନ କରାଯାଏ I ପଞ୍ଜାବ ଓ ହରିଆନା ଅଞ୍ଚଳ କୃଷି ଭିତ୍ତିକ ଅଟେ I ରବି ଫସଲ ପାଚିଲା ପରେ ଶସ୍ୟ ଅମଳ କରାଯାଇ ଥାଏ I ଲୋହରୀ ପୋଷା ମାସର ଶେଷ ରାତି ରେ ଆରମ୍ଭ ହୋଇ ସଂକ୍ରାନ୍ତି ଦିନ ସକାଳ ପର୍ଯ୍ୟନ୍ତ ଚାଲିଥାଏ Iଫସଲ ଅନୁସାରେ ସେହି ସମୟରେ କୃଷକ ମାନଙ୍କର ମନ ଖୁସି ରହିଥାଏ I ତେଣୁ ପରସ୍ପର ମଧ୍ୟରେ ନିଜ ଖୁସି ବାଣ୍ଟି ଜାନୁଆରୀ ମଧ୍ୟଭାଗରେ ଲୋହରୀ ମନାଇ ଥାନ୍ତି I ନୂଆ ଶସ୍ଯରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଖାଇବା ସହ ‘ଗୁଡ଼ିଉଡା’ ପର୍ବ ପାଳନ କରିଥାନ୍ତି I ସାଧାରଣତଃ ପ୍ରକୃତିର ପରିବର୍ତ୍ତନ ସହିତ ପର୍ବ ପାଳନ କରାଯାଏ, ସେଠାକାର ଲୋକଙ୍କର ବିଶ୍ୱାସ ରହିଛି ଯେ ଏହି ଦିନ ବର୍ଷର ଦୀର୍ଘତମ ରାତି ଅଟେ,ଏବଂ ପର ଦିନ ଠାରୁ ଦିନ ବଢିଥାଏ I

ଖିଚିଡି
ଉତ୍ତରପ୍ରଦେଶ ର କିଛି ସ୍ଥାନରେ ଏହାକୁ ଖିଚିଡି କୁହାଯାଏ I ସେଠାରେ ମକର ସଂକ୍ରାନ୍ତି ଦିନ, ହାର୍ଡ ଡାଲି,ବିରି ଡାଲି ଏବଂ ନୂଆ ଚାଉଳରେ ଏକ ପ୍ରକାର ଖିଚିଡି ତିଆରି କରାଯାଇଥାଏ Iଏହି କାରଣରୁ ଏହା ସହିତ ରାଶି ଲଡୁ ମଧ୍ୟ ଖାଇ ଥାନ୍ତି ଇ ଏହାକୁ ସେଠାରେ ତିଳ ସଂକ୍ରାନ୍ତି ମଧ୍ୟ କୁହାଯାଏ I

ଉତ୍ତରାୟଣ
ମକର ସଂକ୍ରାନ୍ତି କୁ ରାଜସ୍ଥାନ ଏବଂ ଗୁଜୁରାଟରେ ଉତ୍ତରାୟଣ କୁହାଯାଏ I ଏହିଦିନ ସୂର୍ଯ୍ୟ ଉତ୍ତର ରୁ ଦକ୍ଷିଣ କୁ ଗତି କରିଥାନ୍ତି I ତେଣୁ କ୍ରମଶଃ ରାତି ଛୋଟ ହୋଇ ଦିନ ବଡ଼ ହୋଇଥାଏ I ସେଠାରେ ମକର ଦିନ ଗୁଡ଼ ଓ ତିଳ ଖାଇବା ପରମ୍ପରା ରହିଛି I ଏହି ଦିନ ସେଠାରେ ଗୁଡ଼ି ଉଡା ମୁଖ୍ୟ ପର୍ବ ହୋଇଥାଏ ଇ ଏହାକୁ ‘ଗୁଡ଼ି ଫାଡ଼ୱI’ମଧ୍ୟ କୁହାଯାଏ I

Comments are closed, but trackbacks and pingbacks are open.