ମୁଖ୍ୟମନ୍ତ୍ରୀ ଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ : ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ , ଆସିଲା ମନ୍ତ୍ରୀଙ୍କ ତାଲିକା

45

ବିଜେଡି ସରକାରର ପଂଚମ ପାଳିର ୩ବର୍ଷ ପୂରଣ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ବଡ଼ ଧରଣର ଅଦଳବଦଳ କରିଛନ୍ତି I ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସମସ୍ତ ମନ୍ତ୍ରୀ ମାନେ ଇସ୍ତଫା ଦେଇଥିଲେ I ଏହାପରେ ଆସନ୍ତା କାଲି ୧୧.୪୫ ରେ ଲୋକସେବା ଭବନ କନଭେନସନ ହଲରେ ଆଜି ମନୋନୀତ ହୋଇଥିବା ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି I

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଫୋନ୍ ମାଧ୍ୟମରେ ସମ୍ଭାବିତ ମନ୍ତ୍ରୀମାନଙ୍କୁ ହେଡ଼ କ୍ୱାଟର୍ସ ନ ଛାଡିବାକୁ ନିର୍ଦେଶ ଦିଆଯାଇଥିଲା I ଏହାପରେ ନିର୍ଧାରିତ ସମୟରେ ବିଜେଡି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ କଲ ଯାଇଥିଲା I ତେବେ ଫୋନ କଲ ପାଇଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ, ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ, ଜଗତସିଂହପୁର ଜିଲ୍ଲାରୁ ପ୍ରଶାନ୍ତ କୁମାର ମୁଦୁଲି, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, କଟକ ଜିଲ୍ଲାରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରତାପ ଜେନା, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ, ବାଲେଶ୍ୱର ଜିଲ୍ଲାରୁ ଅଶ୍ୱିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ଶ୍ରୀକାନ୍ତ ସାହୁ ଏବଂ ଉଷା ଦେବୀ, ସୋନପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବରଗଡ଼ ଜିଲ୍ଲାରୁ ରିତା ସାହୁ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, ଢେଙ୍କାନାଳ ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ନୂଆପଡ଼ା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ବିଜେଡି ଶିବିର ଆରମ୍ଭ କରିଛି ୨୦୨୪ ପାଇଁ ପ୍ରସ୍ତୁତି । ଆଉ ଏହାରି ଭିତରେ ମନ୍ତ୍ରୀଙ୍କ କାର୍ଯ୍ୟକଳାପର ବିଭିନ୍ନ ଦିଗକୁ ଦେଖି ମୁଖ୍ୟମନ୍ତ୍ରୀ ଏବେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିଥିବା କୁହଯାଉଛି । ଆଉ ନବାଗତଙ୍କୁ ନିଜ ଟିମରେ ସାମିଲ କରି ୨୦୨୪ ପାଇଁ ଯୁବବର୍ଗଙ୍କ ଭୋଟ୍ ହାତେଇବାକୁ ପ୍ରସ୍ତୁତି କରୁଥିବା କୁହାଯାଉଛି

Comments are closed, but trackbacks and pingbacks are open.