GST ପରିଷଦର ବଡ଼ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା

45

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ GST ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଐତିହାସିକ ନିଷ୍ପତ୍ତି ନିଆଯାଇଛି। ନିୟମକୁ ଅଧିକ ସରଳ କରିବା ଏବଂ ଆଇନଗତ ବିବାଦ କମାଇବା ଲକ୍ଷ୍ୟରେ GST ଅଧୀନରେ ଥିବା ଗିରଫଦାରୀ କ୍ଷମତାକୁ ପରିଷଦ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛି। ଏହାସହ ମାମଲା ରୁଜୁ କରିବାର ସୀମାକୁ ୧ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଜୀଏସଟି ଅନୁପାଳନକୁ ସରଳ କରିବା ଏବଂ ବ୍ୟବସାୟୀଙ୍କୁ ହଇରାଣ ହେବାରୁ ରକ୍ଷା କରିବା ପାଇଁ ପରିଷଦ ଏହିସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ତେବେ ଏହି ବୈଠକରେ ସାମଗ୍ରୀ ଓ ସେବା କର (GST) ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

Comments are closed, but trackbacks and pingbacks are open.