ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ୫୦ ହଜାରକୁ ବୃଦ୍ଧି ହେଲା ମେୟର ଦରମା

48

ଭୁବନେଶ୍ୱର: ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ଡେପୁଟି ମେୟରଙ୍କ ଦରମା ୨୦ ହଜାରକୁ ବୃଦ୍ଧି କରିଛନ୍ତି । ପୌର ପରିଷଧ ଅଧ୍ୟକ୍ଷଙ୍କ ଦରମା ୧୫ ହଜାର ଏବଂ ପୌର ପରିଷଧ ଉପାଧ୍ୟକ୍ଷ ଏଣିକି ୧୦ ହଜାର ଟଙ୍କା ପାଇବେ।

ପୌର ପରିଷଦ ଓ ଏନଏସି କାଉନସିଲରଙ୍କ ଭତ୍ତା ମଧ୍ୟ ବୃଦ୍ଧି କଲେ ସରକାର । ଏହାକୁ ୧୫୦ଟଙ୍କାରୁ ୫୦୦ଟଙ୍କାକୁ ବୃଦ୍ଧି କଲେ ସରକାର । ଏହା ସହିତ ଏଣିକି NAC ଅଧ୍ୟକ୍ଷ ମଧ୍ୟ ପାଇବେ ୧୦ହଜାର । ଏନଏସି ଉପାଧ୍ୟକ୍ଷଙ୍କ ଦରମା ୭,୫୦୦ଟଙ୍କାକୁ ବୃଦ୍ଧି । ଏହା ସହିତ ମହାନଗର ନିଗମର କର୍ପୋରେଟରଙ୍କ ବୈଠକ ଭତ୍ତା ମଧ୍ୟ ବୃଦ୍ଧି ପାଇଛି । କର୍ପୋରେଟରଙ୍କ ବୈଠକ ଭତ୍ତା ୭୦୦ରୁ ୨୦୦୦ ଟଙ୍କା ହେଲା ।

Comments are closed, but trackbacks and pingbacks are open.