ଇତିହାସ ରଚିଲେ RCB ଷ୍ଟାର ଏଲିସ ପେରୀ; ୧୫ ବଲରେ ନେଲେ ୬ ୱିକେଟ

432

ନୂଆଦିଲ୍ଲୀ: WPL ରେ ଇତିହାସ ରଚିଲେ ଏଲିସ ପେରୀ l RCB ଷ୍ଟାର ଅଲରାଉଣ୍ଡର ଏଲିସ ପେରୀ ୧୫ଟିବଲରେ ୬ଟି ୱିକେଟ ନେଇ ରଚିଛନ୍ତି ଇତିହାସ । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପ୍ରଥମ ଖେଳାଳି ସାଜିଛନ୍ତି ପେରୀ l ଅଷ୍ଟ୍ରେଲିଆର ଷ୍ଟାର ବୋଲର ନିଜ ବୋଲିଂ ପାଇଁ ବହୁ ପରିଚିତ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ହୋଇଥିବା ମ୍ୟାଚରେ ଏଲିସ ପେରୀଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା l

ପେରୀ ୪ ଓଭର ବୋଲିଂ କରି ୧୫ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିବା ସହ ଇତିହାସ ରଚିଛନ୍ତି । ଏପରି ଶ୍ରେଷ୍ଠ ପ୍ରଦର୍ଶନ କରି ପେରୀ WPL ଇତିହାସରେ ପ୍ରଥମ ଖେଳାଳି ସାଜିଛନ୍ତି । ସେ ଦକ୍ଷିଣ ଆଫ୍ରିକୀୟ ବୋଲର ମରିଜନନେ କପ୍ପଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ।

ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଥିବା ମରିଜନନେ ଗୁଜରାଟ ଜାଏଣ୍ଟସ ବିପକ୍ଷରେ ୧୫ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହା ପୂର୍ବରୁ ଡବ୍ଲ୍ୟୁପିଏଲରେ କେବଳ ୩ ଜଣ ଖେଳାଳି ୪ଟି ଲେଖାଏଁ ୱିକେଟ ହାସଲ କରିଥିଲେ ।

ମୁମ୍ବାଇ ନିଜର ପ୍ରଥମ ଓ୍ଵିକେଟ ହେଲୀ ମାଥ୍ୟୁଜଙ୍କ ଯାଇଥିଲା । ପ୍ରାରମ୍ଭିକ ୯ଟି ବଲରେ ପେରୀଙ୍କୁ କୌଣସି ୱିକେଟ ମିଳିନଥିଲା । ମାତ୍ର ଏହାପରେ ସେ ନିଜର ବୋଲିଂର ଯାଦୁ ଦେଖାଇଥିଲେ । ସେ ପରବର୍ତ୍ତୀ ୧୫ଟି ବଲରେ ୬ଟି ୱିକେଟ ହାସଲ କରିଥିଲେ । ପେରୀ ୪ ଓଭର ବୋଲିଂ କରି ୧୫ ରନରେ ୬ ଓ୍ଵିକେଟ ନେଇଥିଲେ । ଦଳ ୧୯ ଓଭରରେ ୧୧୩ ରନରେ ଅଲଆଉଟ ହୋଇଥିଲା । ଟିମରେ ସବୁଠାରୁ ଅଧିକ ରନ୍‌ ସଞ୍ଜନା(୩୦) କରିଥିଲେ । ମାଥ୍ୟୁଜ ୨୬ ରନ୍‌ କରିଥିବା ବେଳେ ପ୍ରିୟଙ୍କା ବାଲା ୧୯ ରନ୍‌ କରିଥିଲେ ।

Comments are closed, but trackbacks and pingbacks are open.