ନୂଆଦିଲ୍ଲୀ ରବିବାର ଭୋର ସମୟରେ ବିହାରର ଆରା ରେଳ ଷ୍ଟେସନ ନିକଟରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ଡିଭିଜନ ଅନ୍ତର୍ଗତ ଏହି ଘଟଣାରେ ଟ୍ରେନ୍ର ଇଞ୍ଜିନ୍ ସହ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍ର ବେଗ କମ୍ ଥିବାରୁ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଲିପୁରଦ୍ୱାରରୁ ନୂଆ ଜଲପାଇଗୁଡ଼ି, କଟିହାର ଦେଇ ନୂଆଦିଲ୍ଲୀ ଯାଉଥିବା ୧୫୪୮୩ ନମ୍ବର ମହାନନ୍ଦା ଏକ୍ସପ୍ରେସ୍ ଭୋର ପ୍ରାୟ ୪ଟା ୧୦ ମିନିଟ୍ରେ ଆରା ଷ୍ଟେସନ ଛାଡ଼ିଥିଲା। ଷ୍ଟେସନଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଶ୍ଚିମ ରେଳବାଇ କ୍ରସିଂ ନିକଟରେ ହଠାତ୍ ଇଞ୍ଜିନ୍ ଓ ଏହା ସହ ସଂଲଗ୍ନ ଦୁଇଟି ଜେନେରାଲ୍ କୋଚ୍ ଟ୍ରାକ୍ରୁ ଖସିଯାଇଥିଲା।
Comments are closed, but trackbacks and pingbacks are open.