ମହାନଦୀ ଜଳ ବିବାଦ: ଖୁବଶୀଘ୍ର ବାହାରିବ ସମାଧାନର ବାଟ- ଛତିଶଗଡ଼ ମୁଖ୍ୟମନ୍ତ୍ରୀ

23

ଭୁବନେଶ୍ବର: ଦୀର୍ଘଦିନର ମହାନଦୀ ଜଳ ବିବାଦର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି। ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ଅବସରରେ ସେ କହିଛନ୍ତି ଯେ, ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ୁଛି। ନିଜର ଏହି ଦୁଇ ଦିନିଆ ଗସ୍ତ କାଳରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିବେ। ଗତ ଜୁଲାଇ ୩୦ ତାରିଖରେ ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାରସ୍ପରିକ ସହଯୋଗ ଓ ବୈଷୟିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଥିଲେ।

Comments are closed, but trackbacks and pingbacks are open.