ଦକ୍ଷିଣ ଆଣ୍ଡାମାନ ସାଗର ରେ ଲଘୁଚାପ : ୧୬ ଓ ୧୭ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

0 182

ଆଜି ଥାଇଲାଣ୍ଡ ଉପକୂଳ ଅଞ୍ଚଳରେ ଘୁର୍ଣ୍ଣିବଳୟ ହୋଇଛି ଯାହା ସମୁଦ୍ର ପତ୍ତନ ଠାରୁ ୫.୮ କିମି ଯାଏଁ ସକ୍ରିୟ ରହିଛି। ଯାହା ଆଗାମୀ କିଛି ସମୟରେ ଦକ୍ଷିଣ ଆଣ୍ଡାମାନ ଆଡ଼କୁ ଗତି କରିବ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ତାହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ୧୫ ତାରିଖ ଆଡ଼କୁ ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହୋଇ ଅଵପାତର ରୁପ୍ ନେବ। ଏହା ପ୍ରଭାବରେ ୧୬ ଓ ୧୭ ତାରିଖ ଆଡ଼କୁ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.