କଳା ସାଆନ୍ତେ ବିନା ଟାହିଆରେ

63

ପୁରୀ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଆଜି ଲୋକାରଣ୍ୟ ଓ ଜନସମୁଦ୍ରରେ ପରିଣତ ହୋଇଛି ଶ୍ରୀକ୍ଷେତ୍ର। ଘଣ୍ଟ, କାହାଳୀ ଶବ୍ଦ ଓ ହରିବୋଲ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ। ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ କୋଟି କୈବଲ୍ୟନାଥ ପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ନନ୍ଦିଘୋଷ ରଥ ଅଭିମୁଖେ ମହାପ୍ରଭୁ ଝୁଲି ଝୁଲି ଆସୁଥିବା ବେଳେ ଏକ ଅଭାବନୀୟ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସିଂହଦ୍ୱାର ଦେଇ ବାହାରକୁ ଆସିବା ବେଳେ ପ୍ରବଳ ଭିଡ଼ ଓ ଧସେଇ ପଶିବା ଯୋଗୁଁ ମହାପ୍ରଭୁଙ୍କ ସୁଦୃଶ୍ୟ ଟାହିଆଟି ଭାଙ୍ଗିଯାଇଥିଲା। ଫଳରେ କାଳିଆ ସାଆନ୍ତେ ବିନା ଟାହିଆରେ ଝୁଲି ଝୁଲି ରଥ ଆଡ଼କୁ ଅଗ୍ରସର ହୋଇଥିଲେ, ଯାହା ଭକ୍ତଙ୍କ ମନରେ କୌତୂହଳ ସହ ଏକ ଭିନ୍ନ ଆଧ୍ୟାତ୍ମିକ ଭାବ ପ୍ରକଟ କରିଥିଲା।

Comments are closed, but trackbacks and pingbacks are open.