ଲକ୍ଷ୍ମୀପୁର ହିଂସା : SIT ତଦନ୍ତ ରିପୋର୍ଟକୁ ନେଇ କଂଗ୍ରେସ ପକ୍ଷରୁ ସଂସଦ ଅଚଳ , ମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ରାହୁଲ ଗାନ୍ଧୀ

0 103

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ଙ୍କ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ ଆନ୍ଦୋଳନରତ ଥିବା ଚାଷୀଙ୍କୁ ସୁ ନିୟୋଜିତ ଷଡ଼ଯନ୍ତ୍ରରେ ଗାଡ଼ି ଚଢାଇ ହତ୍ୟା କରାଯାଇଥିବା ନେଇ ଏଥିରେ ଆକଳନ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର କଡାକଡ଼ି ଧାରା ଲଗାଇବା ଲାଗି ସୁାପରିଶ କରାଯାଇଛି। ରିପୋର୍ଟକୁ ନେଇ ବୁଧବାର କଂଗ୍ରେସର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସଂସଦ ଅଚଳ କରିଛି।
ପ୍ରଧାନମନ୍ତ୍ରୀଙ୍କର ଯଦି ସାମାନ୍ୟ ନୈତିକତା ଅଛି ତେବେ ତୁରନ୍ତ କେନ୍ଦ୍ର ଗୃହାରାଷ୍ଟ୍ରମନ୍ତ୍ରୀ ଅଜୟମିଶ୍ର ଟେନୀଙ୍କୁ ପଦରୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ ଦାବି କରିଛନ୍ତି। ଏଥିଲାଗି ରାହୁଲ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଗୃହର ସବୁ କାର୍ଯ୍ୟ ସ୍ଥଗିତ କରି ଲକ୍ଷ୍ମୀପୁର କାଣ୍ଡ ଓ ମାମଲାରେ ଏସଆଇଟିଙ୍କ ତଦନ୍ତ ରିପୋର୍ଟ ନେଇ ଆଲୋଚନା ହେଉ ବୋଲି ଦାବି କରିଥିଲେ।
ସେ କହିଛନ୍ତି ଯେ ଚାଷୀଙ୍କୁ ମାରିବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଗାଡ଼ି ଚଢ଼ାଯାଇଥିବା ଏବେ ସ୍ପଷ୍ଟ ହୋଇଯାଇଛି। ଏଣୁ ଗୃହର ସମସ୍ତ କାର୍ଯ୍ୟ ସ୍ଥଗିତ କରି ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଜରୁରି। ଯେହେତୁ ରାଜନୈତିକ ଲୋକେ ଉଦ୍ଦେଶ୍ୟ ପ୍ରେରିତ ଭାବେ ଚାଷୀଙ୍କୁ ଗାଡ଼ି ଚଢାଇ ହତ୍ୟା କରିଛନ୍ତି। ତେବେ ଏହା ପୂର୍ବରୁ ସରକାର ମନ୍ତ୍ରୀମଣ୍ଡଳରୁ ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର କରନ୍ତୁ।

Leave A Reply

Your email address will not be published.