କିଟ୍‌ରେ ଆଭଏଡେବଲ୍ ଡେଥ୍‍ସ ନେଟୱାର୍କର ଭାରତ ଚାପ୍ଟର ଶୁଭାରମ୍ଭ

209

ଭୁବନେଶ୍ୱର, ୨୪ ।୩: କିଟ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍‍ଥ (କେଏସପିଏଚ)ରେ ଆଭୋଏଡେବଲ୍ ଡେଥ୍‍ସ ନେଟୱାର୍କ (ଏଡିଏନ)ର ଇଣ୍ଡିଆ କଣ୍ଟ୍ରି ଚାପ୍ଟରର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି । ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ ହୋଇଥିବା ବେଳେ ଏହା ଗବେଷଣା, ନୀତିଗତ ଆଲୋଚନା ଓ ଜୀବନହାନି ରୋକିବା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି। କେଏସପିଏଚର ପ୍ରଫେସର ପ୍ରତାପ କୁମାର ଜେନା ଓ କେଏସପିଏଚର ନିର୍ଦ୍ଦେଶକ ଡ ରମ୍ୟା ପିନ୍ନାମାନେନି ଏହାର ନେତୃତ୍ୱ  ନେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ଜାତିସଂଘ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ଶିକ୍ଷାଗତ ନେତା, ସଂପ୍ରଦାୟ ଅଂଶୀଦାର ଏବଂ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ, ଜଳବାୟୁ ବିପଦ, ସ୍ୱାସ୍ଥ୍ୟ ଅବହେଳା ଓ ସାମାଜିକ ଦୁର୍ବଳତାରୁ ଉପୁଜିଥିବା ଆଭଏଡେବଲ୍ ମୃତ୍ୟୁର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

ଡପିନ୍ନାମାନେନି ସ୍ୱାଗତ ଭାଷଣ ଦେଇ ଏଡ଼ାଯାଇପାରୁଥିବା ମୃତ୍ୟୁକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ, ବିପର୍ଯ୍ୟୟ ଓ ସଙ୍କଟ ସହିତ ଜଡିତ ଅନେକ ମୃତ୍ୟୁ କେବଳ ଘଟଣା ସମୟରେ ନୁହେଁ ବରଂ ସ୍ୱାସ୍ଥ୍ୟସେବାରେ ବିଳମ୍ବ ଓ ସାଂରଚନିକ ଦୁର୍ବଳତା ଯୋଗୁଁ ମଧ୍ୟ ଘଟିଥାଏ । କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର କେ.ଡି. ରାଜୁ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ଏଦିଗରେ ବିଶ୍ୱସ୍ତରୀୟ ସହଯୋଗକୁ ଆଗକୁ ବଢାଇବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ଏଡିଏନର ପ୍ରତିଷ୍ଠାତା ସଭାପତି ଏବଂ ସଂଯୋଜକ ତଥା ୟୁକେ ଲିସେଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ନିବେଦିତା ରେ-ବେନେଟ୍‌, ଜାପାନ କାନସାଇ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ହିଡେୟୁକି ଶିରୋଶିତା ଆଭଏଡେବଲ୍ ଡେଥ୍ସ ନେଟୱାର୍କର ବିଶ୍ୱ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ “ଭାରତରେ ଏଭଏଡେବଲ୍ ଡେଥ୍‍ସ ଅନ୍ୱେଷଣ’ ଉପରେ ଏକ ଆୟୋଜିତ ପ୍ୟାନେଲ୍ ଆଲୋଚନାରେ ବିଶେଷଜ୍ଞମାନେ ଆଭଏଡେବଲ୍ ଡେଥ୍‍ସ ଉପରେ ସେମାନଙ୍କ ମତାମତ ରଖିଥିଲେ।

Comments are closed, but trackbacks and pingbacks are open.