ରିଙ୍କୁଙ୍କୁ ବ୍ୟାଟ ଉପହାର ଦେଲେ କୋହଲି

823

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସର ବିସ୍ଫୋଟକ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ବ୍ୟାଟ ଉପହାର ଦେଇଛନ୍ତି । କୋହଲି ତାଙ୍କୁ ନିଜର ୱିଲୋ ବ୍ୟାଟ ଦେବା ମାତ୍ରେ ରିଙ୍କୁ ଖୁସୀରେ ଗଦଗଦ ହୋଇ ଯାଇଥିଲେ । ଶୁକ୍ରବାର ଅନୁଷ୍ଠିତ ବେଙ୍ଗାଲୁର ଓ କେକେଆର ମ୍ୟାଚରେ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ ମାରିଥିଲେ ମଧ୍ୟ ଦଳ ହାରି ଯାଇଥିଲା । ମ୍ୟାଚ ପରେ ଉଭୟ ଦଳର ଖେଳାଳି ପରସ୍ପରକୁ ହାତ ମିଳାଇ ଅଭିନନ୍ଦନ ଜଣାଇଥିଲେ । ରିଙ୍କୁ ଆରସିବି ଡ୍ରେସିଂ ରୁମକୁ ଯାଇଥିଲେ ।

ସେଠାରେ କୋହଲି ତାଙ୍କୁ ବ୍ୟାଟ ଉପହାର ଦେଇଥିଲେ । ଏହା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ । କୋହଲି ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ୫୯ ବଲର ସମ୍ମୁଖୀନ ହୋଇ ୮୩ ରନ କରିଥିଲେ । ଏଥିରେ ୪ ଚୌକା ଓ ୪ ଛକା ସାମିଲ । କେକେଆର ୧୬.୫ ଓଭରରେ ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Comments are closed, but trackbacks and pingbacks are open.