ଶିକ୍ଷୟିତ୍ରୀ ଙ୍କୁ ଅପହରଣ ଓ ହତ୍ୟା : କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ କେ.ଗାଁ ଥାନା ଆଇଆଇସି

0 103

ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ କଣ୍ଟାବାଞ୍ଜି କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ କଲେ ଉତ୍ତରାଞ୍ଚଳ ଡିଆଇଜି । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ।

ଅଭିଯୋଗ ଅନୁସାରେ ଗତ ୮ ତାରିଖରେ ମମିତାଙ୍କ ନି‌ଖୋଜ ହେବା ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେ. ଗାଁ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କେ. ଗାଁ ଥାନା ଅଧିକାରୀ ଅଭିଯୋଗ ନ ରଖି ଦୁର୍ବ୍ୟବହାର କରି ମମିତାଙ୍କ ପରିବାରକୁ ଫେରାଇ ଦେଇଥିଲେ। ଫଳରେ କେ. ଗାଁ ଥାନାରୁ ନିରାଶ ହେବା ପରେ ମମିତାର ପରିବାର ଲୋକେ ସିନ୍ଧେଇକେଲା ଥାନାରେ ଅଭିଯୋଗ କରିଥିଲେ।

ତେବେ ମମିତାଙ୍କ ମୃତଦେହ ଅକ୍ଟୋବର ୧୯ ତାରିଖରେ ମୃତଦେହ ଠାବ ହେବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଓ ତା’ର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହେବା ପରେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ତଦନ୍ତ ସମୟରେ କେଗାଁ ଥାନା ଆଇଆଇସି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।ତେବେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।

Leave A Reply

Your email address will not be published.