ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

10

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ।ବୀର ସହିଦମାନଙ୍କ ଅସୀମ ସାହସ ଓ ତ୍ୟାଗକୁ ସ୍ମରଣ କରିବା ପାଇଁ ଲଦାଖର ଦ୍ରାସସ୍ଥିତ କାର୍ଗିଲ ୱାର ମେମୋରିଆଲଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ମାରକୀରେ ପୁଷ୍ପଚକ୍ର ଅର୍ପଣ କରି ଅମର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ନିଜ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, “ମାତୃଭୂମିର ରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ବୀର ଯବାନଙ୍କ ପାଖରେ ଦେଶ ସଦାସର୍ବଦା ଋଣୀ। ସେମାନଙ୍କର ଅଟଳ ସଂକଳ୍ପ ଓ ଦେଶପ୍ରେମ ଆମ ସେନାର ଗୌରବମୟ ପରମ୍ପରାକୁ ଦର୍ଶାଏ। ଏହି ଆଦର୍ଶ ଗାଥା ଆଗାମୀ ପୀଢ଼ିକୁ ଦେଶସେବାର ପ୍ରେରଣା ଦେବ।”ସେହିପରି ପ୍ରଧାନମନ୍ତ୍ରୀ ବୀର ସୈନିକଙ୍କ ଅସାଧାରଣ ଶୌର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, “ଅତ୍ୟନ୍ତ କଠିନ ପରିସ୍ଥିତି ଓ ଦୁର୍ଗମ ପାହାଡ଼ ଉପରେ ସେନାର ଏହି ପରାକ୍ରମ ଜାତୀୟ ଗର୍ବର ବିଷୟ। ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ଦେଶପ୍ରେମ ଯୁଗ ଯୁଗ ଧରି ଦେଶବାସୀଙ୍କୁ ଅନୁପ୍ରାଣିତ କରିଚାଲିବ।”

Comments are closed, but trackbacks and pingbacks are open.