କାଳିଚରଣ ଗିରଫ : ଗାନ୍ଧିଜୀ ଙ୍କ ଉପରେ ଦେଇଥିଲେ ଅପମାନ ଜନକ ମନ୍ତବ୍ୟ

0 102

ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ଧର୍ମ ସଭାରେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଥିବା ବାବା କାଳିଚରଣ ଗିରଫ I ରାୟପୁର ପୋଲିସ ଖଜୁରାହୋସ୍ଥିତ ଏକ ହୋଟେଲରୁ କାଳିଚରଣ ଙ୍କୁ ଗିରଫ କରିଛି । ଆଜି ମଧ୍ୟାହ୍ନ ସୁଦ୍ଧା ପୋଲିସ କାଳିଚରଣ ଙ୍କୁ ରାୟପୁରକୁ ନେଇଯିବ I
ସୂଚନାନୁସାରେ ଗତ ଶନିବାର ଦିନ ଛତିଶଗଡ଼ ରାଜଧାନୀ ରାୟପୁର ର ରାବଣ ମାଥାରେ ଅନୁଷ୍ଠିତ ଧର୍ମ ସଭାରେ ନିଜ ଵାକବ୍ୟରେ କାଳିଚରଣ କହିଥିଲେ କି I କୋଟି କୋଟି ଯୁଗରୁ ରହିଆସିଥିବା ଭାରତ ର ଜନକ ବା ପିତା ଜଣେ ୨୦୦ ବର୍ଷ ପୂର୍ବରୁ ଜନ୍ମ ନେଇଥିବା ବ୍ୟକ୍ତି କିଭଳି ଭାବରେ ହେବ ‘I ଏହା ସହିତ ସେ ଗାନ୍ଧିଜୀଙ୍କୁ ଜାତିର ପିତା ବୋଲି ମାନନ୍ତି ନାହିଁ ଏବଂ ଗାନ୍ଧିଜୀ ଙ୍କ ହତ୍ୟାକାରୀ ନାଥୁରIମ ଗଡ଼ସେ ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ I ସେ କହିଛନ୍ତି ମୁଁ ଯାହା କହିଛି ଠିକ୍ କହିଛି । କିଛି ବି ଭୁଲ କରିନି । ଦରକାର ପଡିଲେ ଫାଶୀ ଦଣ୍ଡରେ ଦଣ୍ଡିତ ହେବାକୁ ପ୍ରସ୍ତୁତ ଅଛି Iସୋସିଆଲ ମିଡିଆରେ ନିଜର ଏକ ଭିଡିଓ ବାର୍ତା ଦେଇ ପ୍ରତିକ୍ରିୟା ରଖିଥିଲେ । ଏହା ସହିତ ସେ କହିଥିଲେ କି ଯେ ଏଥିପାଇଁ ତାଙ୍କର କୌଣସି ଅନୁତାପ ନାହିଁ । ।ତୁମେ ଯଦି ଭାବୁଛ ମୁଁ ମୃତ୍ୟୁ ଦଣ୍ଡ ଭୋଗିବାକୁ ରାଜି ଅଛି । ହେଲେ ମଧ୍ୟ ମୋର ସ୍ୱର ପରିବର୍ତ୍ତନ ହେବ ନାହିଁ । ଏହି ଭିଡିଓରେ ସେ ପୁନର୍ବାର ନାଥୁରାମ ଗଡସେଙ୍କୁ ପ୍ରଣାମ କରିଥିଲେ ।

ଏହାପରେ ସେଠାକାର ରାଜନୀତି ସରଗରମ ହେଇଥିଲା I ବିଜେପି-କଂଗ୍ରେସ ନେତାଙ୍କ ସହ ଅନ୍ୟ ଦଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଏମିତିକି ତାଙ୍କ ନାଁରେ ଥାନାରେ ଏତଲା ବି ଦାୟର ହୋଇଥିଲା । ରାଜ୍ୟ କଂଗ୍ରେସ କମିଟିର ସଭାପତି ମୋହନ ମାର୍କମ୍ ସିଭିଲ୍ ଲାଇନ୍ସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧ୍ୟକ୍ଷ ପ୍ରମୋଦ ଏପରି ଏକ ଗମ୍ଭୀର ଏବଂ ଆପତ୍ତିଜନକ ମନ୍ତବ୍ୟ ପରେ ଛତିଶଗଡ ପୋଲିସ ପକ୍ଷରୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୫୦୫ (୨ ) ଅନୁଯାୟୀ (ଆଞ୍ଚଳିକ ଶତ୍ରୁତା, ଘୃଣା କିମ୍ବା ଦୁଷ୍କର୍ମ ସୃଷ୍ଟି ପାଇଁ) କିମ୍ବା ଉତ୍ତେଜିତ ବିବୃତ୍ତି) ଏବଂ ୨୯୪ (ଅଶ୍ଳୀଳ କାର୍ଯ୍ୟ) ଧାରାରେ ମାମଲା ରୁଜୁ ହୋଇଥିଲା I

Leave A Reply

Your email address will not be published.