ଜେପିଏସସି ପରୀକ୍ଷା ଅନିୟମିତତା: ୧୦୦ କୋଟି ଟଙ୍କାର କାରବାର ଅଭିଯୋଗ

26

ରାଞ୍ଚି: ଝାଡ଼ଖଣ୍ଡ ଲୋକ ସେବା ଆୟୋଗ ପରୀକ୍ଷା ଅନିୟମିତତାରେ ଅଭିଯୁକ୍ତ ବୁଦ୍ଧେଶ୍ୱର ଭଗତଙ୍କୁ ଜେରାବେଳେ ସିଆଇଡିକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ପରୀକ୍ଷା ଅନିୟମିତତାରେ ୧୦୦ କୋଟିର କାରବାର ହୋଇଥିବା ଜଣାପଡ଼ିଛି । ଜେପିଏସିସି ପରୀକ୍ଷା ପାଇଁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଓ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ଦାମ୍ ଲଗାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପରୀକ୍ଷାଠାରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟାୟ ପାଇଁ ଏକ ନିର୍ଦ୍ଧିଷ୍ଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ସାଧାରଣ ଏବଂ ଓବିସି ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ତିମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ କରିବାକୁ ୧ କୋଟି ଟଙ୍କା ସ୍ଥିର ହୋଇଥିଲା । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତୀ ଛାତ୍ରଛାତ୍ରୀଙ୍କ ପାଇଁ ୮୦ ଲକ୍ଷ ଟଙ୍କା ରଖାଯାଇଥିଲା । ମୋଟ ୧୦୦ କୋଟି ଟଙ୍କାର କାରବାର କରାଯାଇଥାଆନ୍ତା । ଏହାସହିତ ପରୀକ୍ଷାର୍ଥୀଙ୍କ ସହିତ ଯୋଗାଯୋଗ ରଖୁଥିବା ଦଲାଲ ପ୍ରତି ପରୀକ୍ଷାର୍ଥୀଙ୍କ ପିଛା ୧୫ ଲକ୍ଷ ଲେଖାଏଁ ନେଇଥାଆନ୍ତେ । ବୁଦ୍ଧେଶ୍ୱର ଭଗତର ତଥ୍ୟ ଆଧାରରେ ସିଆଇଡି ଆହୁରି ଅଭିଯୁକ୍ତଙ୍କୁ ଆଗାମୀ ଦିନରେ ଗିରଫ କରିପାରେ |

Comments are closed, but trackbacks and pingbacks are open.