ଝରାଫୁଲ ହତ୍ୟା ଘଟଣାର ଅନ୍ତ, ମୁଖ୍ୟ ଦୋଷୀ ରାକେଶଙ୍କୁ ଆଜୀବନ କାରାଦଣ୍ଡ

14

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଆସିଛି ରାୟ। ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ଅଦାଲତ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି । ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (ADJ) ଏହି ବଡ଼ ରାୟ ଶୁଣାଇବା ସହ ରାକେଶ ଉପରେ ୧ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ସଜା କାଟିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ରାକେଶକୁ ସହଯୋଗ କରିଥିବା ତାର ସହଯୋଗୀ ଅମରେଶ ରାଉତକୁ ମଧ୍ୟ କୋର୍ଟ ସଜା ଶୁଣାଇଛନ୍ତି। ପ୍ରମାଣ ନଷ୍ଟ ଏବଂ ଅପରାଧରେ ସହଯୋଗ କରିବା ଅଭିଯୋଗରେ ଅମରେଶକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ଖବର ଥାଉକି, ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିଲା ଏହି ହୃଦୟ ବିଦାରକ ଘଟଣା। ପ୍ରେମ ଓ ପ୍ରତାରଣାରକାହାଣୀ ଭିତରେ ଝରାଫୁଲଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଥିଲା।

Comments are closed, but trackbacks and pingbacks are open.