ଟିଏମସି ନାମ ଓ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

26

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି)ର ନାମ ଏବଂ ନିର୍ବାଚନ ଚିହ୍ନ “ଫୁଲ ଓ ଘାସ”କୁ ଫ୍ରିଜ୍ କରିବା ପାଇଁ ନିର୍ବାଚନ କମିଶନ  ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମମତା ବାନାର୍ଜୀ। ଆଜି ବରିଷ୍ଠ ଆଇନଜୀବୀ କପିଲ ସିବଲ ମମତାଙ୍କ ପକ୍ଷ ରଖି ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଅଦାଲତଙ୍କୁ ନିବେଦନ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ଏହି ମାମଲାକୁ ଶୀଘ୍ର ତାଲିକାଭୁକ୍ତ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।  ନିର୍ବାଚନ କମିଶନ ଜୁନ୍ ମାସରେ ବିବାଦର ଶୁଣାଣି ଆରମ୍ଭ କରିଥିଲେ ଏବଂ ଜୁଲାଇରେ ମମତା ବାନାର୍ଜୀ ଗୋଷ୍ଠୀ ବିସ୍ତୃତ ଉତ୍ତର ଦାଖଲ କରିଥିଲେ। ଦୀର୍ଘ ମାସ ଧରି କୌଣସି ନିଷ୍ପତ୍ତି ନନେଇ ହଠାତ୍ ଉପନିର୍ବାଚନ ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବଂ ରେଜିନଗର ବିଧାନସଭା ଆସନରେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଦଳର ନାମ ଓ ଚିହ୍ନ ଫ୍ରିଜ୍ କରାଯିବା ଅଭିସନ୍ଧିମୂଳକ। ନିର୍ବାଚନ କମିଶନ ପ୍ରତିଦିନ ନୂଆ ନୂଆ ମାନଦଣ୍ଡ ସ୍ଥିର କରୁଛନ୍ତି ଅଭିଯୋଗ କରି ସିବଲ କମିଶନଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ସ୍ଥଗିତାଦେଶ ଦାବି କରିଛନ୍ତି।

Comments are closed, but trackbacks and pingbacks are open.