ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଏହି କ୍ରମରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ଦକ୍ଷିଣ ଲେବାନନ୍ରେ ଏକ ବଡ଼ ଧରଣର ସାମରିକ ଅଭିଯାନ ଚଳାଇ ଶତ୍ରୁପକ୍ଷର ବିଧ୍ୱଂସକାରୀ ଯୋଜନାକୁ ପଣ୍ଡ କରିଦେଇଛି। ଏହି ଆକ୍ରମଣରେ ରକେଟ୍ ଲଞ୍ଚର ନଷ୍ଟ ହେବା ସହ ଏକ ବିଶାଳ ବୋମା କାରଖାନାର ପର୍ଦ୍ଦାଫାସ ହୋଇଛି। ଦକ୍ଷିଣ ଲେବାନନ୍ର ଜ୍ୱେୟା ଅଞ୍ଚଳରେ ଇସ୍ରାଏଲ୍ ବାୟୁସେନା ପକ୍ଷରୁ କରାଯାଇଥିବା ସଠିକ୍ ଏୟାରଷ୍ଟ୍ରାଇକ୍ରେ ଆକ୍ରମଣ ପାଇଁ ପ୍ରସ୍ତୁତ ରକେଟ୍ ଲଞ୍ଚରଗୁଡ଼ିକୁ ଧ୍ୱଂସ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ପଶ୍ଚିମ ଉପକୂଳର ତୁଲକାରେମ୍ ଅଞ୍ଚଳରେ କରାଯାଇଥିବା ଚଢ଼ାଉ ବେଳେ ଏକ ବଡ଼ ଧରଣର ବିସ୍ଫୋରକ ପ୍ରସ୍ତୁତ କେନ୍ଦ୍ର ଠାବ ହୋଇଛି। ସେଠାରୁ ୨୦୦ରୁ ଅଧିକ ଜୀବନ୍ତ ବୋମା ଏବଂ ପ୍ରାୟ ୫୦ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସାଧାରଣ ନାଗରିକ ଏବଂ ସୈନ୍ୟବାହିନୀକୁ ଲକ୍ଷ୍ୟ କରି ଏକ ବଡ଼ ଧରଣର ରକ୍ତପାତ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଇସ୍ରାଏଲ୍ ଏହାକୁ ସମ୍ପୂର୍ଣ୍ଣ ଭାବେ ବିଫଳ କରିଦେଇଛି।
Comments are closed, but trackbacks and pingbacks are open.