ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଫ୍ଲାଇଟରେ ଥିବା ୧୭୦ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପ୍ଟେନ୍ ସ୍ମିତଙ୍କୁ ଇସ୍ରାଏଲର ‘ପ୍ରେସିଡେଣ୍ଟାଲ ଆୱାର୍ଡ ଫର୍ ସିଭିଲିଆନ ହିରୋଜିମ୍’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଗୁରୁବାର ଘୋଷଣା କରିଛନ୍ତି । ସୂଚନା ଥାଉ ଯେ, ଗୁରୁବାର ଜେରୁଜେଲମରେ ରାଷ୍ଟ୍ରପତି ହର୍ଜୋଗ ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ମଚ୍ଛରଙ୍କ ନାଁ ଉଲ୍ଲେଖ କରିଥିଲେ । ହର୍ଜୋଗ କହିଥିଲେ, “ଆଜି ଆମେ ଯେଉଁ ଇସ୍ରାଏଲୀ ବୀରମାନଙ୍କୁ ସମ୍ମାନ ଜଣାଉଛୁ, ସେମାନଙ୍କ ସହିତ ଭାରତର କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ କାମନା କରି ଆମର ହୃଦୟଭରା ଶୁଭେଚ୍ଛା ଜଣାଉଛୁ। ତାଙ୍କର ସାହସ ଏତେ ବଡ ବିପଦକୁ ଟଳିବାରେ ସାହାଯ୍ୟ କରିଥିଲା । ଯେତେବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ ତାଙ୍କୁ ମୁଁ ନିଜେ ଏହି ପୁରସ୍କାର ପ୍ରଦାନ କରିବି । କିଛି ଦିନ ପୂର୍ବରୁ କ୍ୟାପଟେନ ସ୍ମିତ ମଚ୍ଛରଙ୍କୁ ଆମେରିକା ମଧ୍ୟ ସମ୍ମାନିତ କରିବ ବୋଲି ଆମେରିକୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।
Comments are closed, but trackbacks and pingbacks are open.