IPL 2022 : ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ,ପଞ୍ଜାବ ବିପକ୍ଷରେ ଦିଲ୍ଲୀର ସହଜ ବିଜୟ

26

ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବୋଲିଂରେ କମାଲ କରିଥିବା ଦିଲ୍ଲୀ ବ୍ୟାଟିଂରେ ମଧ୍ୟ ନିଜର ଯାଦୁ ଦେଖାଇଛି। ପଞ୍ଜାବ ଦେଇଥିବା ୧୧୬ ରନ୍‌ର ଟାର୍ଗେଟକୁ ଦଳ ମାତ୍ର ୧ ଗୋଟିଏ ୱିକେଟ ହରାଇ ୫୭ ବଲ ପୂର୍ବରୁ ହାସଲ କରିନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦିଲ୍ଲୀ ମାତ୍ର ୧୦.୩ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଡେଭିଡ୍ ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ୩୦ ବଲରୁ ୧୦ ଚୌକା ଏବଂ ୧ ଛକା ସହ ୬୦ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ପୃଥ୍ଵୀ ଶ ୨୦ ବଲରୁ ୭ ଚୌକା ଏବଂ ୧ ଛକା ସହ ୪୧ ରନ କରିଛନ୍ତି।

୧୧୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦୁଇ ଓପନର ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୬.୩ ଓଭରରେ ୮୩ ରନ ଯୋଡିଥିଲେ। ପୃଥ୍ଵୀ ଶ ୨୦ ବଲରୁ ୭ ଚୌକା ଏବଂ ୧ ଛକା ସହ ୪୧ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୦ ବଲରୁ ୧୦ ଚୌକା ଏବଂ ୧ ଛକା ସହ ୬୦ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି। ଦିଲ୍ଲୀ ମାତ୍ର ୧୦.୩ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସର ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିପାରିନଥିଲା। ଆଇପିଏଲର ୩୨ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦିଲ୍ଲୀ ସମ୍ମୁଖରେ ରହିଥିଲା ୧୧୬ ରନର ସହଜ ବିଜୟ ଲକ୍ଷ୍ୟ। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ୨୪ ରନ କରିଥିଲେ। ଅକ୍ଷର ପଟେଲ୍ ମାତ୍ର ୧୦ ରନ ଦେଇ ୨ଟି, କୁଲଦୀପ ଯାଦବ ୨୪ ରନ ଦେଇ ୨ଟି, ଖଲିଲ ଅହମ୍ମଦ ୨୧ ରନ ଦେଇ ୨ ଏବଂ ଲଳିତ ଯାଦବ ମାତ୍ର ୧୧ ରନ ଦେଇ ୨ଟି ସଫଳତା ହାସଲ କରିଥିଲେ। ବୋଲରଙ୍କ ସାମୂହିକ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସକୁ ବଡ ସ୍କୋର କରିବାକୁ ଦେଇ ନଥିଲେ।

Comments are closed, but trackbacks and pingbacks are open.