IPL 2022 :ଦିଲ୍ଲୀ ବୋଲରଙ୍କ ଦମଦାର ପ୍ରଦର୍ଶନ , ୧୧୫ରେ ସୀମିତ ରହିଲା ପଞ୍ଜାବ

105

ଆଜିର ଆଇପିଏଲ ରେ ଦିଲ୍ଲୀ କ୍ୟାପିଟାଲସ ବନାମ ପଞ୍ଜାବ କିଙ୍ଗସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା I ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିବା ଦିଲ୍ଲୀ କ୍ୟାପିଟାଲସ ବୋଲର ମାନଙ୍କର ଶାଣିତ ବୋଲିଂରେ ପଞ୍ଜାବ କିଙ୍ଗସ ନିର୍ଦ୍ଧାରତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ମାତ୍ର ୧୧୫ ରନ ରେ ନିଜକୁ ସୀମିତ ରଖିପାରିଥିଲା I ବର୍ତ୍ତମାନ ଦିଲ୍ଲୀ ସମ୍ମୁଖରେ ରହିଛି ୧୧୬ ରନର ସହଜ ବିଜୟ ଲକ୍ଷ୍ୟ। ପଞ୍ଜାବ ପାଇଁ ଜିତେଶ ଶର୍ମାଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦିଲ୍ଲୀ ବୋଲରଙ୍କୁ ମୁକାବିଲା କରିବାରେ ସମର୍ଥ ହୋଇନାହାନ୍ତି। ପଞ୍ଜାବ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ କରିଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ୨୪ ରନ କରିଛନ୍ତି। ଅକ୍ଷର ପଟେଲ୍ ମାତ୍ର ୧୦ ରନ ଦେଇ ୨ଟି, କୁଲଦୀପ ଯାଦବ ୨୪ ରନ ଦେଇ ୨ଟି, ଖଲିଲ ଅହମ୍ମଦ ୨୧ ରନ ଦେଇ ୨ ଏବଂ ଲଳିତ ଯାଦବ ମାତ୍ର ୧୧ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ବୋଲରଙ୍କ ସାମୂହିକ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଜାବ କିଙ୍ଗ୍ସକୁ ବଡ ସ୍କୋର କରିବାକୁ ଦେଇ ନାହିଁ।

Comments are closed, but trackbacks and pingbacks are open.