IPL 2022:ଦିଲ୍ଲୀ କ୍ୟାପିଟାଲସ କୁ ୧୪ ରନରେ ହରାଇଲା ଗୁଜରାଟ ଟାଇଟନ୍ସ,

105

IPL ୨୦୨୨ ର ୧୫ ତମ ସଂସ୍କରଣ ରେ ୧୦ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି। ଶୁ ଭମାନ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଲୋକି ଫର୍ଗ୍ୟୁସନଙ୍କ ଶାଣିତ ବୋଲିଂ ବଳରେ ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅପରପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ମ୍ୟାଚରୁ ପ୍ରଥମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଶୁଭମାନ ଗିଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଗିଲ୍ ୪୬ ବଲ୍‌ରୁ ୮୪ ରନ କରିଥବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ଋଷଭ ପନ୍ତ ସର୍ବାଧିକ ୪୩ ରନ କରିଛନ୍ତି। ଲଳିତ ଯାଦବ ୨୫ ଏବଂ ରୋଭମାନ ପାଓ୍ଵେଲ ୨୦ ରନ କରିଛନ୍ତି। ଲୋକି ଫର୍ଗ୍ୟୁସନ ୨୮ ରନ ଦେଇ ୪ ଓ୍ଵିକେଟ୍ ଏବଂ ମହମ୍ମଦ ଶାମି ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଇନିଂସରେ ମୁସ୍ତାଫିଜୁର ରେହମାନ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଖଲିଲ ଅହମ୍ମଦ ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

Comments are closed, but trackbacks and pingbacks are open.