IPL 2022: ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଂଗ୍ସ ,ଟସ ଜିତି ଦିଲ୍ଲୀ ର ବୋଲିଂ ନିଷ୍ପତ୍ତି

195

ଚଳିତ ଆଇପିଏଲ ର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳ ମ୍ୟାଚ୍ ଜିତି ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ।ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଦଳକୁ ଫେରିଛନ୍ତି ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ। ଆହତ ଯୋଗୁ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। କରୋନା ସଂକ୍ରମିତ ମିଚେଲ୍ ମାର୍ଶଙ୍କ ସ୍ଥାନରେ ଦିଲ୍ଲୀର ଚୂଡାନ୍ତ ଏକାଦଶରେ ସରଫରାଜ ଖାନଙ୍କୁ ସାମିଲ୍ କରାଯାଇଛି। ପଞ୍ଜାବ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି। ଓଡେନ ସ୍ମିଥଙ୍କ ଜାଗାରେ ନାଥନ ଏଲିସଙ୍କୁ ସୁଯୋଗ ଦିଆଯାଇଛି।

ପଞ୍ଜାବ କିଙ୍ଗ୍ସ- ମୟଙ୍କ ଅଗ୍ରୱାଲ (ଅଶଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ଓ୍ଵିକେଟ୍ କିପର), ଶାହାରୁଖ ଖାନ, କାଗିସୋ ରାବାଡା, ନାଥାନ୍ ଏଲିସ୍, ରାହୁଲ ଚହର, ବୈଭବ ଆରୋରା, ଅର୍ଶଦୀପ ସିଂ।

ଦିଲ୍ଲୀ କ୍ୟାପିଟାଲ୍ସ- ପୃଥ୍ଵୀ ଶ, ଡେଭିଡ ୱାର୍ଣ୍ଣର, ଋଷଭ ପନ୍ତ (ଅଧିନାୟକ /ଓ୍ଵିକେଟ୍ କିପର), ରୋଭମାନ ପାୱେଲ, ଲଲିତ ଯାଦବ, ସରଫରାଜ ଖାନ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ, ଖଲିଲ ଅହମ୍ମଦ।

Comments are closed, but trackbacks and pingbacks are open.