’ବନ୍ଦେ ମାତରମ୍‌’କୁ ଅପମାନ କଲେ ହେବ ଅପରାଧ: ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ

22

ନୂଆଦିଲ୍ଲୀ : ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଗାୟନରେ ଜାଣିଶୁଣି ବାଧା ସୃଷ୍ଟି କରିବା କିମ୍ବା ଏହାକୁ ଗାଇବାରୁ ରୋକିବାକୁ ଅପରାଧ ଭାବେ ବିବେଚନା କରୁଥିବା ଏକ ବିଲ୍‌କୁ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାରୀ ବିବୃତିରୁ ଏହି ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ‘ଦି ପ୍ରିଭେନ୍ସନ୍ ଅଫ୍ ଇନ୍ସଲ୍ଟସ୍ ଟୁ ନେସନାଲ୍ ହୋନର୍ ବିଲ୍, ୨୦୨୬’ ଏବେ ଆଇନରେ ପରିଣତ ହୋଇଛି। ଗତ ଜୁଲାଇ ୨୯ ତାରିଖରେ ରାଜ୍ୟସଭାରେ ଏବଂ ଜୁଲାଇ ୩୦ ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଏହି ନୂତନ ଆଇନ ଅନୁଯାୟୀ, ‘ବନ୍ଦେ ମାତରମ୍‌’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ ମର୍ଯ୍ୟାଦା ଓ ଆଇନଗତ ସୁରକ୍ଷା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ‘ବନ୍ଦେ ମାତରମ୍‌’ ଗାନ କରାଯିବ।

Comments are closed, but trackbacks and pingbacks are open.