ଆତ୍ମସମର୍ପଣ କଲେ ୪ ମାଓବାଦୀ

25

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ସୁରକ୍ଷା ଇତିହାସରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ପଶ୍ଚିମ ସିଂହଭୂମି ଜିଲ୍ଲାର କୋଲ୍ହାନ, ସାରଣ୍ଡା ଏବଂ ପୋଡାହାଟ ଜଙ୍ଗଲକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ଚାଇଁବସାରେ ପୁଲିସ ଓ ସିଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଜୋନାଲ କମିଟି ସଦସ୍ୟ ସାଲୁକା କାୟାମ ଅଛନ୍ତି, ଯାହାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସେମାନଙ୍କ ନିକଟରୁ ଏକ ଏକେ-୪୭ (AK-47), ଇନ୍‌ସାସ୍ ରାଇଫଲ୍‌ ଏବଂ ୨,୨୭୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଚାଇଁବସାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଲ୍ହାନ ଡିଭିଜନ୍‌ର ଡିଆଇଜି (ପୁଲିସ ଉପ-ମହାନିରୀକ୍ଷକ) ଅନୁରଞ୍ଜନ କିସ୍ପୋଟ୍ଟା ସୂଚନା ଦେଇଛନ୍ତି ଯେ, ‘ଅପରେସନ ନବଜୀବନ-III’ ଅନ୍ତର୍ଗତ ମିଳିଥିବା ଏହି ଅଭୂତପୂର୍ବ ସଫଳତା ସହ ପଶ୍ଚିମ ସିଂହଭୂମି ଜିଲ୍ଲା ଏବେ ସମ୍ପୂର୍ଣ୍ଣ ମାଓ-ମୁକ୍ତ ହୋଇଛି।

Comments are closed, but trackbacks and pingbacks are open.