ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

244

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ବିଶାଖାପାଟଣାରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନ ‘୬ଇ ୫୭୯’ (6E 579)ର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁସାରେ, ବୋଇଂ ୭୩୭-୮୦୦ ବିମାନଟି ମଝି ଆକାଶରେ ଥିବାବେଳେ ଏହାର ଇଞ୍ଜିନ ଫେଲ୍ ହୋଇଯାଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ପାଇଲଟଙ୍କ ଉଚିତ୍ ନିଷ୍ପତ୍ତି ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତତ୍ପରତା ଯୋଗୁଁ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ବିମାନବନ୍ଦରରେ ପୂର୍ବରୁ ପ୍ରସ୍ତୁତ ଥିବା ଦମକଳ ବାହିନୀ ଓ ଜରୁରୀକାଳୀନ ଟିମ୍ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Comments are closed, but trackbacks and pingbacks are open.