ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଫେରିଲେ ବୁମରା

27

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରା ଦଳକୁ ଫେରିଛନ୍ତି। ଫିଟନେସ୍ ସମସ୍ୟା ଯୋଗୁଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନଫିଟ୍ ଅଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଫଗାନିସ୍ତାନ ଦ୍ୱାରା ଆୟୋଜିତ ଦିଲ୍ଲୀରେ ଖେଳାଯିବ। ଖୁସି ଖବର ହେଉଛି ଯେ, ଅନେକ ଆହତ ଖେଳାଳି ସୁସ୍ଥ ହୋଇସାରିଛନ୍ତି ଏବଂ ଏହି ସିରିଜରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ। ଏଥିରେ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ, ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର, ସିମ୍ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଜସପ୍ରିତ ବୁମରା ସାମିଲ ଅଛନ୍ତି। ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ଶ୍ରେୟସ୍ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍, ଇଶାନ୍ କିଶାନ୍, ତିଲକ ବର୍ମା, ଶିବମ୍ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ନୋଇ, ଜସପ୍ରିତ ବୁମରା, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା।

Comments are closed, but trackbacks and pingbacks are open.