ବ୍ରିଟେନ ନାଗରିକଙ୍କ ପ୍ରତି ଜାରି କୋଭିଡ କଟକଣାକୁ ହଟାଇଲା ଭାରତ

26

ବ୍ରିଟେନ ରୁ ଆସୁଥିବା ବିମାନ ଯାତ୍ରୀ ଙ୍କ ପ୍ରତି ଭାରତ ସରକାର ଜାରି କରିଥିବା କୋଭିଡ କଟକଣାକୁ ଭାରତ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି I ଏଣିକି ସେମାନଙ୍କୁ ବିମାନ ବନ୍ଦର ରେ ପରୀକ୍ଷା ସହ ସଙ୍ଗରୋଧ ରେ ରଖା ଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି I
ଚଳିତ ମାସ ୪ ରେ ବ୍ରିଟେନ ସହ ଭାରତ ଜେସା କୁ ତେସା ନୀତିରେ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପ୍ରତି କରୋନା ପରୀକ୍ଷା ଓ ୧୦ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଥିଲା I ଭାରତୀୟ ଙ୍କ ଟୀକା ପ୍ରମାଣ ପତ୍ରକୁ ବ୍ରିଟେନ ସରକାର ଅସ୍ବୀକାର କରିବା ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା I ବ୍ରିଟେନ ଭାରତୀୟ ଯାତ୍ରୀ ଙ୍କ ପ୍ରତି ଜାରି କରିଥିବା କଟକଣା ହଟାଇବାପରେ ଭାରତ ଉକ୍ତ ପଦକ୍ଷେପ ନେଇଥିଲା I ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଅପାତତଃ ତୁଟି ଯାଇଥିବା ଜଣାପଡିଛି I

Leave A Reply

Your email address will not be published.