ଉପ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ନେଇ ଚିନ ର ଆପତ୍ତି : ଭାରତ ଦେଲା ଦୃଢ ଜବାବ

0 102

ଉପ ରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ ଆପତ୍ତି ଉଠାଇଛି ଇ ଚୀନ ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଅରୁଣାଂଚଳ ପ୍ରଦେଶ ଚୀନ ର ଅଂଶ ବିଶେଷ Iଏହାକୁ ଭାରତୀୟ କ୍ଷେତ୍ର ଭାବରେ ଏ ପର୍ଯ୍ୟନ୍ତ ରାଜନୈତିକ ସ୍ୱୀକୃତି ମିଳିନାହିଁ I ତେଣୁ ଭାରତୀୟ ପ୍ରତିନିଧି ଙ୍କ ଗସ୍ତକୁ ଚୀନ ବିରୋଧ କରୁଛି I ଭେଙ୍କୟାଙ୍କ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଥିବାରୁ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଚାଇନାକୁ ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଛେଦ୍ୟ ଅଙ୍ଗ ,ଏବଂ ଭାରତୀୟ ନେତା ମାନଙ୍କ ଏଠାକୁ ଗସ୍ତ କରିବା ଆଦୌ ଅସଙ୍ଗତ ନୁହେଁ I ଭାରତୀୟ ନେତାମାନଙ୍କ ଏପରି ଗସ୍ତକୁ ବିରୋଧ କରିବାର କାରଣ ଭାରତର ଲୋକମାନେ ବୁଝିପାରୁ ନାହାନ୍ତି।

ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏକଥା ସମସ୍ତେ ଜାଣିଛନ୍ତି। ଚାଇନା ଏସବୁ କଥା ଛାଡ଼ି ପୂର୍ବ ଲଦାଖ ଏଲଏସିରେ କେମିତି ଶାନ୍ତି ଫେରିବ ସେବିଷୟରେ ଚିନ୍ତା କରିବା ଦରକାର। ଦ୍ୱିପାକ୍ଷିକ ବୁଝାମଣା ଓ ପ୍ରୋଟକଲ ଅନୁଯାୟୀ ଚାଇନା ଏଲଏସିର ସ୍ଥିତାବସ୍ଥା ବଜାୟୀ ରଖୁ। ଅଯଥା ପ୍ରସଙ୍ଗକୁ ଭିତ୍ତି କରି ଚାଇନା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା ନ କରୁ ବୋଲି ମନ୍ତ୍ରଣାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି।
ଶ୍ରୀ ନାଇଡୁ ଗତ ୯ ତାରିଖ ରେ ଅରୁଣାଚଳ ପ୍ରଦେଶ ଗସ୍ତ ରେ ଯାଇ ବିଧାନ ସଭା ସ୍ୱତନ୍ତ୍ର ଅଧିବେଶନ ରେ ଉଦ୍ବୋଧନ ଦେଇଥିଲେ I ନାଇଡୁ ଅରୁଣାଚଳ ଗସ୍ତ କରିଥିବାରୁ ଏହା ବିରୋଧରେ ଚାଇନା ମତ ଦେଇଥିଲା। ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ସୀମାନ୍ତକୁ ନେଇ ଚାଇନାର ଆଭିମୁଖ୍ୟ ସବୁବେଳେ ସ୍ଥିର ରହିଛି। ଚାଇନା କେବେ ହେଲେ ତଥାକଥିତ ଅରୁଣାଚଳ ପ୍ରଦେଶକୁ ଭାରତର ବୋଲି ବିବେଚନା କରି ନାହିଁ । ଭାରତ ବେଆଇନ ଭାବେ ଏହାକୁ ଦଖଲ କରିଛି। ତେଣୁ ସେଠାକୁ ଭାରତୀୟ ନେତାଙ୍କ ଗସ୍ତକୁ ବେଜିଂ ଦୃଢ଼ ଭାବେ ବିରୋଧ କରୁଛି।

ସେହିପରି ପୂର୍ବ ଲଦାଖ ଏଲଏସିରେ ଗତ ୧୭ ମାସ ଧରି ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ସାମାଧାନ କରିବାକୁ ୧୩ଥର ବୈଠକ ବସିଥିଲେ ମଧ୍ୟ ବଡ଼ଧରଣର ସଫଳତା ମିଳିନାହିଁ। ନିକଟରେ ଅନୁଷ୍ଠିତ ୧୩ତମ ବୈଠକ ବେଳେ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଭାରତ ପ୍ରସ୍ତାବ ଦେଇଥିଲେ ହେଁ ଚାଇନା ଏଥିରେ ରାଜି ହୋଇ ନଥିଲା।
ସୂଚନା ଯୋଗ୍ୟ ଭାରତ ଓ ଚୀନ ମଧ୍ୟରେ ଅରୁଣାଚଳ ପ୍ରଦେଶ ସଂଲଗ୍ନ ୩୪୮୮କିମି ସୀମା ରହିଛି I ଏହି ସୀମା କୁ ଚୀନ ଦକ୍ଷିଣ ତିବ୍ବତ ବୋଲି କହି ଆସୁଛି I ଏହି ସୀମାରେ ଚୀନ ସେନା ର ଏକାଧିକ ବାର ଅନୁପ୍ରବେଶ କୁ ନେଇ ଭାରତୀୟ ସେନା ପକ୍ଷରୁ ସଂଘର୍ଷ କରାଯାଇଛି I

Leave A Reply

Your email address will not be published.