ମହିଳା ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ

13

ନୂଆଦିଲ୍ଲୀ: ରବିବାର ଲର୍ଡ଼ସର ଐତିହାସିକ ମଇଦାନରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗତଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୦ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯ ଓଭରରେ ୪ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରି ନେଇଥିଲା। ପ୍ଲେୟର ଅଫ୍‌ ଦି ମ୍ୟାଚ ଏଲିସ ପେରୀ ୫୬ ଓ ଆଶଲେ ଗାର୍ଡନର ୫୩* ରନ୍‌ କରି ଅଷ୍ଟ୍ରେଲିଆ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗ୍ରୁପ୍‌-୧ରୁ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୧୦ ଓ ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ୬ ପଏଣ୍ଟ ସହ ବିଦା ହୋଇଛି। ଗ୍ରୁପ୍‌-୨ରୁ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଯଥାକ୍ରମେ ୧୦ ଓ ୬ ପଏଣ୍ଟ ସହିତ ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତୀୟ ଦଳ ପାକିସ୍ତାନ, ନେଦରଲାଣ୍ଡ୍ସ ଓ ବାଂଲାଦେଶକୁ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବାର ଥିଲା l

Comments are closed, but trackbacks and pingbacks are open.