ରାଜ୍ୟ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି : ପ୍ରଶାସନ ର ଚିନ୍ତା ବଢ଼ିଲା

16

ବ୍ୟାପକ ସଚେତନତା ସତ୍ତ୍ୱେ ରାଜ୍ୟରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସ୍କୁଲ ଏବଂ କଲେଜ ରୁ ଛାତ୍ର ଛାତ୍ରୀମାନେ ସଂକ୍ରମିତ ହେଉଥିବା ର ଦେଖିବାକୁ ମିଳୁଛି I ଶିକ୍ଷାଅନୁଷ୍ଠାନ ଗୁଡିକ ଖୋଲିବା ପୂର୍ବରୁ କୋଭିଡ ଗାଇଡ଼ ଲାଇନ କୁ କଡାକଡି ଭାବରେ ପାଳନ କରିବାକୁ ପ୍ରଶାସନ ତରଫରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା I ଏହା ସତ୍ତ୍ୱେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ର ଚିନ୍ତା ବଢିଛି I ପ୍ରାପ୍ତ ବିବରଣୀ ରୁ ଜଣା ପଡିଛି ଢେଙ୍କାନାଳ ସହରର କୁଞ୍ଜକାନ୍ତରେ ଥିବା ସାଇକୃପା ନାମକ ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ବାହାରିବା ପରେ ଆଜି ଆଉ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ ପଜିଟିଭଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି। ବର୍ତ୍ତମାନ ଉକ୍ତ କଲେଜକୁ ସିଲ୍‌ କରିଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରିଛି ଢେଙ୍କାନାଳ ପୌର ପ୍ରଶାସନ। ସବୁଠୁ ଚିନ୍ତାଜନକ କଥା ହେଉଛି, ପୌର ପ୍ରଶାସନର କଡ଼ା ତାଗିଦ୍ ସତ୍ତ୍ୱେ ପିଲାମାନେ ହଷ୍ଟେଲ୍ ଛାଡ଼ି ଦେଇଛନ୍ତି। ସେଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ଏହା ସହିତ ହଷ୍ଟେଲ ଛାଡ଼ିଥିବା ପିଲାମାନଙ୍କୁ ଆଇସୋଲେସନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଗତକାଲି ଏହି ଶିକ୍ଷାନୁଷ୍ଠାନରୁ ୩୩ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହେବା ପରେ ପୂରା କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ସୂଚନା ଅନୁସାରେ ପୂର୍ବରୁ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ପ୍ରଥମେ କିଛି ଛାତ୍ରୀଙ୍କର ସାମାନ୍ୟ ଥଣ୍ଡାକାଶ ଲକ୍ଷଣ ଦେଖାଦେଇଥିଲା। ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା।
ସେହିପରି ବୁର୍ଲା ଭିମସାରରେ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.