ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ବୃଦ୍ଧି: ଖୋଲିଲା ଆଉ ୩ଟି ଗେଟ୍

76

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ବୃଦ୍ଧି ପାଇଛି। ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଏଥିମଧ୍ୟରୁ ବାମ ପାର୍ଶ୍ୱର ୧୧ଟି ଏବଂ ଦକ୍ଷିଣ ପାର୍ଶ୍ୱର ୫ଟି ଗେଟ୍ ରହିଛି। ପୂର୍ବରୁ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା।ଡ୍ୟାମ୍‌ର ଜଳସ୍ତର ଏବଂ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ଗେଟ୍‌ଗୁଡ଼ିକୁ ଖୋଲାଯାଉଛି। ଗେଟ୍ ସଂଖ୍ୟା ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ମହାନଦୀର ଜଳସ୍ତର ଓ ପ୍ରବାହ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଅଧିବାସୀଙ୍କୁ ଜଳସ୍ତର ପ୍ରତି ସଜାଗ ରହିବା ସହ ପ୍ରଶାସନର ସୂଚନାକୁ ଅନୁସରଣ କରିବାକୁ ସତର୍କ କରାଯାଇଛି।

Comments are closed, but trackbacks and pingbacks are open.