ଡିଲିଟ୍‌ ହୋଇଯିବ ଇନଆକ୍ଟିଭ୍‌ ଆକାଉଣ୍ଟ; ଜଲଦି କରିନିଅନ୍ତୁ ଏହା

129

ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଆକ୍ଟିଭ ଅଛି ତ। ଯଦି ଦୁଇ ବର୍ଷରୁ ଅଧିକ ହେଲାଣି ଆପଣଙ୍କ ଗୁଗ୍‌ଲ ଆକାଉଣ୍ଟ ଇନଆକ୍ଟିଭ୍‌ ଅଛି ତେବେ ସେଗୁଡିକ ଡିଲିଟ୍‌ ହୋଇଯିବ। ଇନଆକ୍ଟିଭ୍‌ ଆକାଉଣ୍ଟଗୁଡିକୁ ଡିସେମ୍ବର ୨୦୨୩ରୁ ଗୁଗ୍‌ଲ ଡିଲିଟ କରିବା ନେଇ ସୂଚନା ଦେଇଛି।

ଗୁଗ୍‌ଲ ପକ୍ଷରୁ କୁହାଯାଇଛି ଯେ, ଦୁଇ ବର୍ଷ ଧରି ଆକାଉଣ୍ଟ ସାଇନ୍‌ ଇନ୍‌ ନ ଥିଲେ କିମ୍ବା ବ୍ୟବହାର କରାଯାଉ ନ ଥିଲେ ସେହି ଇନଆକ୍ଟିଭେଟ୍‌ ଆକାଉଣ୍ଟଗୁଡିକୁ ସିକ୍ୟୁରିଟି ଥ୍ରେଟ୍‌ ଏବଂ ହ୍ୟାକ୍‌କୁ ଧ୍ୟାନରେ ରଖି ସେଗୁଡିକୁ ସବୁଦିନ ପାଇଁ ଡିଲିଟ କରାଯିବ।

ତେବେ ଆକାଉଣ୍ଟ ସହ ଜଡିତ ଗୁଗ୍‌ଲ ୱାର୍କସ୍ପେସ ବ୍ୟତୀତ ଅର୍ଥାତ୍‌ ଜିମେଲ୍‌, ଡକସ୍‌, ଡ୍ରାଇଭ, ମିଟ୍‌, କ୍ୟାଲେଣ୍ଡର, ୟୁଟ୍ୟୁବ୍‌ ଏବଂ ଗୁଗ୍‌ଲ ଫଟୋ ମଧ୍ୟ ଡିଲିଟ୍‌ ହୋଇଯିବ।

ଏଠାରେ କହି ରଖୁଛୁୁ ଯେ, ଗୁଗ୍‌ଲର ପଲିସିରେ ଏହି ପରିବର୍ତ୍ତନ କେବଳ ବ୍ୟକ୍ତିଗତ ଗୁଗ୍‌ଲ ଆକାଉଣ୍ଟ ପାଇଁ କରାଯାଇଛି। ବିଦ୍ୟାଳୟ କିମ୍ବା କୌଣସି କମ୍ପାନୀ ଭଳି କାର୍ଯ୍ୟାନୁଷ୍ଠାନରେ ଏହା ଲାଗୁ କରାଯିବ ନାହିଁ। ପୁରୁଣା ଆକାଉଣ୍ଟ ଡିଲିଟ କରିବା ପୂର୍ବରୁ ଗୁଗ୍‌ଲ ସେହି ଇନଆକ୍ଟିଭ୍‌ ଆକାଉଣ୍ଟର ମେଲକୁ ମଲ୍ଟିପଲ ନୋଟିଫିକେଶନ ଏବଂ ରିକୋଭରି ମେସେଜ ପଠାଇବ।

Comments are closed, but trackbacks and pingbacks are open.