ଜେଲ୍‌ରେ ଇମ୍ରାନଙ୍କୁ ଭେଟିଲେ ପତ୍ନୀ ବୁଶରା ଓ ଭଉଣୀ ନୌରିନ୍‌

26

ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ରାୱଲପିଣ୍ଡିର ଆଡିୟାଲା ଜେଲ୍‌ରେ ତାଙ୍କ ପତ୍ନୀ ବୁଶରା ବିବି ଏବଂ ଭଉଣୀ ନୌରିନ୍ ନିୟାଜି ଭେଟିଛନ୍ତି। ଦୀର୍ଘ ୯ ମାସ ପରେ ଭଉଣୀ ନୌରିନ୍‌ ଇମ୍ରାନଙ୍କୁ ସାକ୍ଷାତ୍ କରିଥିବା ବେଳେ ଏହି ସାକ୍ଷାତକାର ପାଖାପାଖି ୧୫ ମିନିଟ୍ ଧରି ଚାଲିଥିଲା। ଅପରପକ୍ଷରେ ପତ୍ନୀ ବୁଶରା ବିବି ପ୍ରାୟ ୩୦ରୁ ୩୫ ମିନିଟ୍ ଇମ୍ରାନଙ୍କ ସହ ଆଲୋଚନା କରିଥିଲେ। ଏହି ସାକ୍ଷାତ ସମୟରେ ପରିବାର ଲୋକେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ତୁରନ୍ତ ‘ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲ’କୁ ଚିକିତ୍ସା ପାଇଁ ପଠାଇବାକୁ ନିବେଦନ କରାଯାଇଛି।

Comments are closed, but trackbacks and pingbacks are open.