ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

26

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଲୋକାୟୁକ୍ତ ଗଠନର ବିଭିନ୍ନ ପ୍ରକ୍ରିୟା ଓ ଆନୁଷଙ୍ଗିକ ବିଷୟ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।ବୈଠକ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ। ଦୁର୍ନୀତି ବିରୋଧରେ ଲଢ଼େଇ ଓ ଶାସନରେ ସ୍ୱଚ୍ଛତା ଆଣିବା ଦିଗରେ ଲୋକାୟୁକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହୋଇଥିବାରୁ ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଉଛି। ଏବେ ଲୋକାୟୁକ୍ତ ଗଠନର ଔପଚାରିକ ପ୍ରକ୍ରିୟା କେବେ ଶେଷ ହେବ, ତାହା ଉପରେ ନଜର ରହିଛି।

Comments are closed, but trackbacks and pingbacks are open.