ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡିଆଙ୍କୁ ନେଇ ମୁଁ ଓଡିଆ ଭାବରେ ଗର୍ବିତ – ଧର୍ମେନ୍ଦ୍ର

0 102

ଓଡ଼ିଶାର ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡିଆଙ୍କୁ ନେଇ ମୁଁ ଓଡିଆ ଭାବରେ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏଥିପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସମ୍ମାନଜନକ “ପଦ୍ମଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶା ସମେତ ସମେତ ସମସ୍ତ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ସମ୍ମାନଜନକ ‘ପଦ୍ମଭୂଷଣ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି । ଯାଜ୍ଞସେନୀ, ପୃଥିବୀ, ଅପରିଚିତା ଭଳି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଛନ୍ତି । ଏହା କେବଳ ତାଙ୍କୁ ନୁହେଁ ବରଂ ଓଡିଶା ସାହିତ୍ୟକୁ ଉଚିତ୍ ସମ୍ମାନ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ପ୍ରଶାସନିକ ସେବା ପାଇଁ ଡଃ ଗୁରୁପ୍ରସାଦ ମହାପାତ୍ର (ମରଣୋତ୍ତର) ପଦ୍ମଶ୍ରୀ ସମ୍ମାନ ତାଙ୍କ କାର୍ଯ୍ୟଧାରା ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି । ଏହାବ୍ୟତିତ ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆ, କଳା କ୍ଷେତ୍ରରେ ଓଡ଼ିଶୀ ସଂଗୀତଜ୍ଞ ଶ୍ୟାମାମଣି ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁ, ବିଜ୍ଞାନ କ୍ଷେତ୍ରରେ ଆଦିତ୍ୟ ପ୍ରସାଦ ଦାସ, କ୍ରୀଡ଼ା ପାଇଁ ପ୍ରମୋଦ ଭଗତ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.