ବିଧାନସଭାରେ ପ୍ରଥମ ଦିନ ରୁ ତାତି : କଂଗ୍ରେସ ତରଫରୁ ଗେଟ ରେ ତାଲା,ବିଜେଡି ର ଧାରଣା

0 106

ଆଜି ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେଉଣୁ ବିରୋଧୀଙ୍କ ପୂର୍ବ ପ୍ରସ୍ତୁତି ଅନୁସାରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ I ମମିତା ହତ୍ୟାକାଣ୍ଡ ତଥା ଏଥିରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି କୁ ନେଇ ତାତିଥିଲେ ବିରୋଧୀ I ସେହିଭଳି କଂଗ୍ରେସ ପକ୍ଷରୁ ତୁରନ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକ ମନେ ବିଧାନସଭା ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିବା ର ଦେଖିବାକୁ ମିଳିଥିଲା I
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଅଭିଯୋଗ କରିଛନ୍ତି, ବିଧାନସଭା ଏକ ପବିତ୍ର ସ୍ଥାନ। ଯେହେତୁ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ସଂପୃକ୍ତ ଅଛନ୍ତି, ତେଣୁ ସେ ବିଧାନସଭାକୁ ଆସିଲେ ଗୃହ ଅପବିତ୍ର ହେବ। ପରେ ଅବଶ୍ୟ କିଛି ସମୟ ପରେ ବିଧାନସଭା ଗେଟ୍‌ରେ ପଡ଼ିଥିବା ତାଲାକୁ ଭାଙ୍ଗି ଦେଇ ପ୍ରବେଶ କରିଥିଲେ ବିଧାନସଭା କର୍ମଚାରୀ।
ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ତା ସହିତ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ।
ସେହିପରି PMAY ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଥିଲେ ବିଜେଡି ବିଧାୟକ । ବିଜେଡି ଅଭିଯୋଗ କରିଛି ରାଜ୍ୟର ବିଜେପି ସାଂସଦ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ PMAY ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଯାହାର କୌଣସି ଆଧାର କି ତଥ୍ୟ ନଥିଲା। ଏହାପରେ କେନ୍ଦ୍ର ଓଡିଶାରେ PMAY ଯୋଜନା ବନ୍ଦ କରିଥିଲେ। ଏ ସମ୍ପର୍କରେ ତଥ୍ୟ ଦେବାକୁ ଯାଇ ବିଜେପି ନେତା ସୁରଥ ବିଶ୍ୱାଳ ବିଜେଡିର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି , ମମିତା ହତ୍ୟାକାଣ୍ଡରୁ ନିଜକୁ ରକ୍ଷା କରିବା ପାଇଁ ବିଜେଡି ନିଜର ଆତ୍ମରକ୍ଷା କରୁଛି I ନିଜ ଉପରୁ ଦୋଷ ଖସାଇବାକୁ ଯାଇ ପ୍ରତିଥର ଭଳି ଏ ଥର ମଧ୍ୟ କେନ୍ଦ୍ର କୁ ଟାର୍ଗେଟ କରୁଛି ବୋଲି କହିଛନ୍ତି I
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୬ଟି କାର୍ଯ୍ୟ ଦିବସ ରହିଛି ।

Leave A Reply

Your email address will not be published.