ଭୟଙ୍କର ବସ୍ ଦୁର୍ଘଟଣା: ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୨୩ ମୃତ

260

ନୂଆଦିଲ୍ଲୀ: ବାଂଲାଦେଶର ରାଜବାରୀ ଜିଲ୍ଲା ଅନ୍ତର୍ଗତ ଦୌଲତଦିଆ ଫେରୀ ଘାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପଦ୍ମା ନଦୀ ଗର୍ଭକୁ ଖସି ପଡ଼ିବାରୁ ୨୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି କୁଷ୍ଠିଆ ଜିଲ୍ଲାରୁ ଢାକା ଅଭିମୁଖେ ଯାଉଥିଲା। ଫେରୀ ଉପରକୁ ଚଢ଼ିବା ସମୟରେ ବସଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଇଦ୍ ଛୁଟି ସାରି ନିଜ କର୍ମକ୍ଷେତ୍ରକୁ ଫେରୁଥିବା ଯାତ୍ରୀମାନେ ହିଁ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। କିଛି ଯାତ୍ରୀ ପହଁରି ନଦୀରୁ ବାହାରିବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୋଆଲାଣ୍ଡୋ ଉପଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଫରିଦପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.