ହୋର୍ମୁଜରେ କାର୍ଗୋ ଜାହାଜରେ ନିଆଁ ଲାଗି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ

184

ନୂଆଦିଲ୍ଲୀ: ଆଜି ହୋର୍ମୁଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ କାଠ କାର୍ଗୋ ଜାହାଜରେ ନିଆଁ ଲାଗିବା ପରେ ତାହା ସମୁଦ୍ରରେ ଓଲଟି ପଡ଼ିଥିଲା। ସରକାରୀ ସୂତ୍ର ଅନୁଯାୟୀ, ଦୁର୍ଘଟଣା ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଏକ ଜାହାଜ ତୁରନ୍ତ ସାହାଯ୍ୟ କରିଥିଲା । ଜାହାଜଟି ଓଲଟି ପଡ଼ିବାରୁ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଜାହାଜରେ ସମୁଦାୟ ୧୮ ଜଣ ଭାରତୀୟ ଥିଲେ, ଯେଉଁଥିରୁ ୧୭ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତମାନଙ୍କର ଦୁବାଇରେ ଚିକିତ୍ସା ଚାଲିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି। ଦୁବାଇରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ଉଦ୍ଧାର ହୋଇଥିବା ନାବିକମାନଙ୍କୁ ଭେଟି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଜାହାଜରେ କେମିତି ନିଆଁ ଲାଗିଲା, ତାହା ଏବେ ବି ଅସ୍ପଷ୍ଟ ରହିଛି।

Comments are closed, but trackbacks and pingbacks are open.