ହକି ବିଶ୍ୱକପ ୨୦୨୩ ବିଜେତା ହେଲା ଜର୍ମାନୀ

49

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଫାଇନାଲରେ ବେଲଜିଅମକୁ ହରାଇ ଜର୍ମାନୀ ଚାମ୍ପିଅନ୍ ହୋଇଛି। କ୍ବାର୍ଟରଫାଇନାଲ୍ ଓ ସେମିଫାଇାଲ୍ ଭଳି ଫାଇନାଲ୍‌ରେ ମଧ୍ୟ ପ୍ରଥମେ‌ ଗୋଲ୍ ବରଣ କରି ମ୍ୟାଚ୍‌ ଜିତିଗଲା ଜର୍ମାନି। ଦୀର୍ଘ ୧୭ ବର୍ଷ ପରେ ବିଶ୍ବକପ୍‌ ମଧ୍ୟ ହାସଲ କଲା। କ୍ରସ୍ ଓଭର ଖେଳିବାର କଷ୍ଟ ଭିତରୁ ଆଗକୁ ବଢ଼ି ଏହି ୟୁରୋପୀୟ ଦେଶ ତୃତୀୟ ଥର ବିଶ୍ବ ମୁକୁଟ ହାତେଇ ନେଲା କଳିଙ୍ଗ ଷ୍ଟାଡିୟମ୍‌ରେ। ବେଲଜିୟମ୍ ଏକଦା ୨-୦ରେ ଆଗୁଆ ହୋଇଥିଲା। ଜର୍ମାନି କିନ୍ତୁ ମ୍ୟାଚ୍ ଶେଷ ବେଳକୁ ଏହାକୁ ୩-୩ରେ ସାରିଥିଲା।

ତେବେ ରବିବାର ଖେଳାଯାଇଥିବା ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୩-୩ରେ ଶେଷ ହୋଇଥିଲା। ଏହାପରେ ପେନାଲ୍ଟି ସୁଟ୍ ଆଉଟରେ ଉଭୟ ଦଳ ପୁଣି ୩-୩ରେ ସମାନ ସ୍ଥିତିରେ ରହିଥିଲେ। ଶେଷରେ ସଡନ ଡେଥରେ ରେଡ୍ ଲାୟନ୍ସକୁ ୨-୧ ଗୋଲରେ ହରାଇ ଜର୍ମାନୀ ଏହି ହାଇଭୋଲଟେଜ୍ ମ୍ୟାଚ୍ ଜିତିବା ସହ ଶେଷରେ ଟାଇଟଲ୍ ହାସଲ କରିଛି।

ତେବେ ଖେଳର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରଥମ ପଞ୍ଚମ ମିନିଟରେ ଜର୍ମାନୀକୁ ଲଗାତାର ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲା। କିନ୍ତୁ ବେଲଜିୟମ ଖେଳାଳିମାନେ ଏହାକୁ ପଣ୍ଡ କରିଦେଇଥିଲେ। ବେଲଜିୟମ ତୁରନ୍ତ ଏହାର ଜବାବ ଦେଇଥିଲା ଏବଂ ନଅ ମିନିଟରେ ଭାନ୍ ଆଉବେଲଙ୍କ ଚମତ୍କାର ଫିଲ୍ଡ ଗୋଲ୍ ବଳରେ ଖାତା ଖୋଲିଥିଲା। ଏହାପରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଆଗୁଆ ରହିଥିଲା। ପ୍ରଥମ କ୍ବାର୍ଟରର ଶେଷ ଭାଗରେ ଜର୍ମାନୀ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା।

ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ବେଲଜିୟମ ନିଜର ଦବଦବା ସାବ୍ୟସ୍ତ କରିଥିଲା ଏବଂ ୫୮-୧୦୨ ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ଏହାକୁ ମଧ୍ୟ ସେ ହାସଲ କରିପାରିନଥିଲା। ୧୮ ମିନିଟରେ ଜର୍ମାନୀ ପେନାଲଟି ଷ୍ଟ୍ରୋକ୍ ହାସଲ କରି ମ୍ୟାଚ୍କୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ବେଲଜିୟମ ଗୋଲ ପୋଷ୍ଟରେ ପଥର ଭଳି ଛିଡ଼ା ହୋଇ ପ୍ରତିପକ୍ଷକୁ ସହଜ ଗୋଲ୍ ସୁଯୋଗରୁ ବଞ୍ଚିତ କରିଥିଲା।

ତୃତୀୟ କ୍ବାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୪୦ ମିନିଟରେ ଜର୍ମାନୀକୁ ପଞ୍ଚମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପେନାଲ୍ଟି କର୍ଣ୍ଣର ଏକ୍ସପୋର୍ଟ ଗୋଞ୍ଜାଲୋ ପେଇଲାଟ୍ ଇଲାନ ଏହି ଗୋଲ୍ ଦେଇଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚ୍ ୩-୩ରେ ଶେଷ ହୋଇଥିଲା ଏବଂ ପରବର୍ତ୍ତୀ ପେନାଲ୍ଟି ସୁଟ୍ ଆଉଟରେ ମଧ୍ୟ ଉଭୟେ ପାଞ୍ଚଟି ସୁଯୋଗ ପାଇ ତିନିଟି ଗୋଲ୍ ଦେଇପାରିଥିଲେ। ଶେଷରେ ସଡ଼ନ ଡେଥରେ ଜର୍ମାନୀ ବେଲଜିୟମକୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ ହାସଲ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ ବିଶ୍ୱକପରେ ଚାମ୍ପିଅନ ହୋଇଥିଲା ବେଲଜିୟମ। ଚଳିତ ବିଶ୍ୱକପରେ କିନ୍ତୁ ରନର୍ସ ଅଫ ହେବା ସହ ସିଲଭର ମେଡାଲ ହାତେଇଛି। ସେହିଭଳି ୩ ଥରର ବିଶ୍ୱଚାମ୍ପିଅନ ନେଦରଲାଣ୍ଡ ଟିମ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଚ ମେଡାଲରେ ସନ୍ତୁଷ୍ଟ ହୋଇଛି।

Comments are closed, but trackbacks and pingbacks are open.