ବିଶ୍ୱକପ୍‌ ହକି ୨୦୨୩ : ରାଉରକେଲାରେ ପହଞ୍ଚିଲେ ୱେଲ୍‌ସ ଓ ସ୍ପେନ୍‌ ଟିମ

46

ରାଉରକେଲା : ବିଶ୍ୱକପ୍‌ ହକି ପାଇଁ ଚଳ ଚଞ୍ଚଳ ରାଜଧାନୀ । ବିଜୁ ପଟନାୟକ ବିମାନ ବନ୍ଦରରେ ଗୋଟିଏ ପରେ ଗୋଟିଏ ଦଳ ଆସି ପହଞ୍ଚୁଛନ୍ତି। ଏଠାରୁ ଯିବେ ରାଉରକେଲା I ୱେଲ୍‌ସ ଟିମ୍‌ ଏବଂ ସ୍ପେନ ହକି ଟିମ୍‌ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ହକି ଟିମ୍‌ ବିମାନବନ୍ଦରରେ ପହଞ୍ଚିବା ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ପରେ କଡ଼ା ସୁରକ୍ଷା ମଧ୍ୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିକଟରେ ଥିବା କ୍ରୀଡ଼ା ଗ୍ରାମକୁ ଯାଇଥିଲେ। ପୂର୍ବରୁ ଭାରତୀୟ ହକି ଦଳ ଓ ଗତକାଲି ନ୍ୟୁଜିଲାଣ୍ଡ ଓ ମାଲେସିଆ ଦଳ ରାଉରକେଲାରେ ପହଞ୍ଚି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ । ଏହି ହକି ବିଶ୍ୱକପକୁ ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଉତ୍ସାହିତ ଥିବା ଜଣା ପଡିଛି ।

Comments are closed, but trackbacks and pingbacks are open.