ଲଗାଣ ବର୍ଷାରେ ବଢ଼ୁଛି ହୀରାକୁଦର ଜଳସ୍ତର

36

ଭୁବନେଶ୍ବର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଡ୍ୟାମ୍‌କୁ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରୁଛି। ସୂଚନା ଅନୁସାରେ, ବର୍ତ୍ତମାନ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୩ ହଜାର ୭୧୫ କ୍ୟୁସେକ୍ ଜଳ ହୀରାକୁଦକୁ ପ୍ରବେଶ କରୁଛି। ଜଳସ୍ତର ନିୟନ୍ତ୍ରଣ ପାଇଁ ଡ୍ୟାମ୍‌ର ୨ଟି ଗେଟ୍ ଖୋଲାଯାଇଥିବା ବେଳେ ଏହା ଦେଇ ୬୩ ହଜାର ୯୭୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ତଳମୁଣ୍ଡରେ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। କଟକ ମୁଣ୍ଡଳି ନିକଟରେ ବର୍ତ୍ତମାନ ପ୍ରାୟ ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଅବବାହିକାରେ ହୋଇଥିବା ପ୍ରବଳ ବର୍ଷା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଅଧିବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନିକ ପରାମର୍ଶ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.