ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

26

ଭୁବନେଶ୍ବର: ରାୟଗଡ଼ା ଥାନାର ଏକ ଠକେଇ ମାମଲାରେ ଅଗ୍ରୀମ ଜାମିନ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଗିରଫ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ରାୟଗଡ଼ା ଥାନା କେସ୍ ରେ ବି. ମନ୍ମଥ ରାଓ ଓ ଅନ୍ୟମାନେ ହାଇକୋର୍ଟରେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ । ବିଚାରପତି ଭି. ନରସିଂହ ମାମଲାର ଶୁଣାଣି କରି ଅଭିଯୋଗକାରୀଙ୍କୁ ବିପକ୍ଷ ପକ୍ଷ ଭାବେ ସାମିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଓକିଲଙ୍କୁ ମାମଲାର କେସ୍ ଡାଏରୀ ପରବର୍ତ୍ତୀ ଶୁଣାଣି ବେଳେ ଉପସ୍ଥାପନ କରିବାକୁ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ଅଗଷ୍ଟରେ ହେବ । ସେପର୍ଯ୍ୟନ୍ତ ଆବେଦନକାରୀ ମାନଙ୍କୁ ଏହି ମାମଲାରେ ଗିରଫ ନ କରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆବେଦନକାରୀଙ୍କୁ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
 

Comments are closed, but trackbacks and pingbacks are open.