ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଆଡ଼ମିସନ ନେଇଥିଲେ ଦଣ୍ଡିତ ହେବେ : ମନ୍ତ୍ରୀ ଅରୁଣ ସାହୁ

21

ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଆଡମିସନ୍ ନେଇଥିବା ପ୍ରସଙ୍ଗ ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଏ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଘଟଣାର ତର୍ଜମା କରି ଆଇନ ଅନୁସାରେ ପଦକ୍ଷେପ ନିଆଯିବ I ଏହାସହିତ ସାର୍ଟିଫିକେଟ ଜାଲ ବୋଲି ପ୍ରମାଣିତ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ଅନ୍ୟ କେଉଁଠି ଏପରି ଘଟଣା ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ତଥା ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି I
ଗତ ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ ନେଇଥିବା ବିଷୟ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ, ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର। ଏନେଇ ବଡ଼ଗଡ଼ ଥାନାରେ ସେ ଏତଲା ଦେଇଥିଲେ। ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ନାମ ଲେଖାଇଥିଲେ । କିଛି ମାସ ତଳେ ଭଦ୍ରକ କଲେଜରେ ଏଭଳି ଜାଲ ସାର୍ଟିଫିକେଟ ଘଟଣାରେ ୨୮ ଜଣ ଛାତ୍ରଛାତ୍ରୀ ଧରାପଡିଥିଲେ ।
ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଥିଲେ ବିଜେବି କଲେଜ ଅଧ୍ୟକ୍ଷ

Comments are closed, but trackbacks and pingbacks are open.