ଚାକିରି ଛାଡି ମଧୁର ଜଳ ପ୍ରକଳ୍ପ ମାଛ ଚାଷ କରି ହେଲେ ସ୍ୱାବଲମ୍ବୀ

37

ଚାକିରୀ ରୁ ଅବସର ପରେ ଆରମ୍ଭ କରିଛନ୍ତି ମଧୁର ଜଳରେ ଜାଆଁଳ ଉତ୍ପାଦନ ଓ ମାଛ ଚାଷ । ନିଜ ବାଡିରେ ଦୁଇ ଏକରର ଜାଗାରେ ଦୁଇଟି ପୋଖରୀ ଖୋଳି ମାଛ ଚାଷ କରିବା ସହ ଜାଆଁଳ ଉତ୍ପାଦନ କରି ତାକୁ ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି । ରୋହି ଭାକୁର ରୂପଚାନ୍ଦି ମିରିକାଳି ଓ ଚିଙ୍ଗୁଡ଼ି ପ୍ରଭୁତି ମାଛ ଏଠାରେ ଉତ୍ପାଦନ ହେଉଛି। ଚାକିରି ଅବସର ପରେ ନିଶା କିନ୍ତୁ କିଛି କରି ଦେଖାଇବା ସହ ନିଜକୁ ଆତ୍ମନିର୍ଭରଶୀଳ କରିବା ଓ ଆଜ୍ଞା ହଁ, ଆମେ କହୁଛୁ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୁଙ୍ଗୁଡା ପଞ୍ଚାୟତର ବଟକୃଷ୍ଣ ଜେନା ଙ୍କ କଥା ଓ ବଟକୃଷ୍ଣ ହେଉଛନ୍ତି ରେଳ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଅବସର ପରେ ନିଜ ଗାଁ ନିଶିମଳା ଗାଁ ରେ କରିଛନ୍ତି ମାଛ ଚାଷ । ଦୁଇ ଏକର ଜମି ରେ ଦୁଇଟି ପୋଖରି ଖୋଳି କରିଛନ୍ତି ମାଛ ଚାଷ କ୍ଷ ତାହା ସହିତ ବାୟୋଫ୍ଲକ ପ୍ରଣାଳୀରେ ରୋହି ,ଭାକୁର, ଜଳଙ୍ଗ, ରୁପଚାନ୍ଦି ପ୍ରଭୂତି ମାଛ ଚାଷ କରି ଅଞ୍ଚଳର ସଫଳ ମାଛ ଚାଷୀ ଭାବେ ସୁନାମ ଅର୍ଜନ କରିପାରିଛନ୍ତି । ଚାକିରି ଅର୍ଜିତ ପଇସା ଖର୍ଚ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବୀ
ଯେଉଁମାନେ ମଧୁର ଜଳ ରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ ରଖି ପୋଖରି କିମ୍ବା ବାୟୋଫଲ୍କ ମାଧ୍ୟମରେ ଚାଷ କରୁଛନ୍ତି ତାଙ୍କୁ ଜାଆଁଳ ଯୋଗାଇ ଦେଇଛନ୍ତି ବଟକୃଷ୍ଣ କ୍ଷ ପୁର୍ବରୁ ମାଛ ଜାଆଁଳ ପାଇଁ ଏ ଅଞ୍ଚଳର ଚାଷିଙ୍କୁ ବାହାରୁ ଆଣିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା କିନ୍ତୁ ଏବେ ଏହି ସୁବିଧା ଚାଷିଙ୍କ ହାତ ପାହାନ୍ତା ରେ ପହଞ୍ଚି ପାରିଛି କ୍ଷ ଏହା ବ୍ୟତୀତ ଯାଜପୁର ଜିଲ୍ଲାର ପ୍ରଥମ ଚାଷୀ ଭାବେ ପୋଖରୀ ରେ ମୁକ୍ତା ଚାଷ ମଧ୍ୟ ଆରମ୍ଭ କରୁଛନ୍ତି । ରୋହି , ଭାକୁର ମିର୍ କାଳି ବାର୍ଷିକ ୩୦ କୁଇଣ୍ଟାଲ , ପାଉଥିବା ବେଳେ ଚିଙ୍ଗୁଡ଼ି ଏକ କୁଇଣ୍ଟାଲ ପାଉଛନ୍ତି । ମାଛ ଚାଷ ସହ ମଧୁର ଜଳରେ ମୁକ୍ତା ଚାଷ କରିବା ସହିତ ପୋଖରୀ ହୁଡାରେ କଦଳୀ , ନଡ଼ିଆ , ଅମୃତଭଣ୍ଡା, ଏପରିକି ହରଡ, ଷୋରିସ ଲାଭ ଦାୟକ ଫସଲ କରି ବେଶ୍ ଲାଭବାନ ହେଉଛନ୍ତି । ପ୍ରଦୀପ୍ତ କୁମାର ଜେନା ନିଜ ଉଦ୍ୟମରେ କିଭଳି ଜଣେ ସଫଳ ଚାଷୀ ହେବା ସହ ଉନ୍ନତ ଜ୍ଞାନ କୌଶଳ ଦ୍ଵାରା ବର୍ଷକୁ ପାଞ୍ଚ ରୁ ଛ ଲକ୍ଷ ଟଙ୍କା ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବ ତାହା ଏହି ପରିଣତ ବୟସରେ ବଟକୃଷ୍ଣଙ୍କ ମାଛ ଫାର୍ମକୁ ଦେଖିଲେ ଜାଣି ହେବ ।

Comments are closed, but trackbacks and pingbacks are open.