କମ ସମୟରେ ଅମୃତଭଣ୍ଡା ଚାଷ କରି ହୁଅନ୍ତୁ ଲାଭବାନ

39

ଅମୃତଭଣ୍ଡା, ଏହି ଫଳରେ ଅଧିକ ପୋଷକ ତତ୍ତ୍ୱ ଏବଂ ଔଷଧୀୟ କାରଣରୁ ବ୍ୟବସାୟିକ ମହତ୍ୱ ରହିଛି । ଅମୃତଭଣ୍ଡା ଚାଷ ଦକ୍ଷିଣ ମେକ୍ସିକୋ ଏବଂ କୋଷ୍ଟାରିକାରେ ଆରମ୍ଭ ହୋଇଥିଲା । ବିଶ୍ୱରେ ୬ ମିଲିୟନ ଟନରୁ ଅଧିକ ଅମୃତଭଣ୍ଡା ଉତ୍ପାଦନ ହୋଇଥାଏ । ପ୍ରାୟ ୩୦ ଲକ୍ଷ ଟନ ବାର୍ଷିକ ଉତ୍ପାଦନ ସହ ଭାରତ ଅମୃତଭଣ୍ଡା ଉତ୍ପାଦନରେ ବିଶ୍ୱରେ ସବୁଠୁ ଆଗରେ ରହିଛି । ସେହିଭଳି ବ୍ରାଜିଲ, ମେକ୍ସିକୋ, ନାଇଜେରିଆ, ଇଣ୍ଡୋନେସିଆ, ଚୀନ, ପେରୁ, ଥାଇଲାଣ୍ଡ ଏବଂ ଫିଲିପିନ୍ସ ଦେଶ ରହିଛନ୍ତି । ଘରୋଇ ଉତ୍ପାଦନର କେବଳ ୦.୦୮% ରପ୍ତାନୀ କରାଯାଇଥାଏ । ଦିଲ୍ଲୀ ମୁମ୍ବାଇ ପ୍ରମୁଖ ବଜାର ଥିବାବେଳେ । ଜୟପୁର, ବାଙ୍ଗଲୋର, ଚେନ୍ନାଇ, କୋଲକାତା ଏବଂ ଭଳି ଅନେକ ରାଜ୍ୟରେ ଏହାର ପ୍ରମୁଖ ବଜାର ରହିଛନ୍ତି ।
ଏହି ଫଳରେ ଭିଟାମିନ୍-ଏ ଏବଂ ଭିଟାମିନ୍-ସି ଭରପୁର ରହିଥାଏ । ଏହି ଫଳକୁ ଖାଇବା ବ୍ୟତୀତ ଚୁଇଙ୍ଗମ, କସମେଟିକ୍ସ, ଫାର୍ମା ଇଣ୍ଡଷ୍ଟ୍ରୀ ଆଦିରେ ମଧ୍ୟ ବ୍ୟବହାର ହୋଇଥାଏ । ଅମୃତଭଣ୍ଡା ସମୁଦ୍ର ପତନ ଠାରୁ ୧୦୦୦ ମିଟର ଉପର ପର୍ଯର୍୍ୟନ୍ତ ଭଲ ଭାବରେ ବଢ଼ିପାରେ । ତେବେ ଏହାକୁ ଚାଷ କରିବା ସମୟରେ ଜୋର୍ ପବନ ପାଣି ଜମିବା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ଏହାର ଚାଷ ପାଇଁ ବାଲିଆ ପଟୁ ମାଟି ଭଲ ହୋଇଥାଏ ।
ଯଦି ଆପଣ ଅମୃତଭଣ୍ଡା ଚାଷ କରିବାକୁ ଚାହୁଛନ୍ତି ତେବେ ଜୁଲାଇରୁ ସେପ୍ଟେମ୍ବର ମାସ କିମ୍ବା ଫେବୃଆରୀ-ମାଚ୍ଚ ମଧ୍ୟରେ ମଞ୍ଜି ବୁଣିପାରିବେ । ସୁସ୍ଥ ଗଛର ମଞ୍ଜି ବ୍ୟବହାର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅମୃତଭଣ୍ଡା ଚାଷ ସମୟରେ ପାଣି, ସାର ଦେବା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ମେ-ଜୁନ୍ ମାସରେ ସବୁ ସପ୍ତାହରେ ଅମୃତଭଣ୍ଡା ଗଛରେ ସିଞ୍ଚନ କରିବାକୁ ପଡ଼ିଥାଏ ଯାହାଦ୍ୱାରା ଫସଲ ଭଲ ହୋଇଥାଏ ।
ଅମୃତଭଣ୍ଡା ଚାଷ କରି ସହଜରେ ଆପଣ ଲକ୍ଷାଧିକ ଆୟ କରିପାରିବେ । ଯଦି ଆପଣ ଠିକ୍ ଭାବରେ ଫସଲର ଯତ୍ନ ନେଉଛନ୍ତି ତେବେ ପ୍ରତି ଗଛରୁ ଆପଣଙ୍କୁ ୫୦ କିଲୋ ପର୍ଯ୍ୟନ୍ତ ଫଳ ମିଳିପାରିବ ଏବଂ ବଜାରରେ ଏହାକୁ ବିକ୍ରିକରି ଲକ୍ଷାଧିକ ରୋଜଗାର କରିପାରିବେ ।

Comments are closed, but trackbacks and pingbacks are open.